May 14, 2026

ଉମରକୋଟ ଠାରେ କ୍ରୀଡା ବିତ ମାନଂକୁ ମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଗଲା…….

IMG-20240717-WA0001
Share

 

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ)ଅନୁସୂଚିତ ଜାତି ଓ ଜନ ଜାତି ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଆଜି ଉମରକୋଟ ଅଂଚଳ ର ୨ କ୍ରୀଡାବିତ ଙ୍କୁ ଭୁବନେଶ୍ଵର ଠାରେ ଥିବା ସରକାରି ବାସ ଭବନରେ ସମ୍ବର୍ଦ୍ଧିତ କରିଛନ୍ତି।ଉମରକୋଟ ନିକଟସ୍ଥ ବିଏସ ପଦର ଠାରେ ଥିବା କଲ୍ୟାଣ ବିଭାଗର ହାଇ ସ୍କୁଲର ଛାତ୍ରୀ ରୁତୁ ପମ୍ବିଆ, ସାବିତ୍ରୀ ଚାଲାଣ ନିକଟ ରେ ଅନୁଷ୍ଠିତ ୭୦ ତମ ଜୁନିଅର ଆଥେଲେଟିକ ଚମ୍ପିୟାନ ସିପରେ ପଦକ ହାସଲ କରିବା ପରେ ରାଜ୍ଯ ସରକାର ଙ୍କ କ୍ରୀଡ଼ା ବିଭାଗ ଭୁବନେଶ୍ବର ଠାରେ ଥିବା ସ୍ପୋର୍ଟସ ହଷ୍ଟେଲ ରେ ଏହି ୨ କ୍ରିଡ଼ା ବିତ ଙ୍କୁ ରହି ପାଠ ପଢ଼ିବା ସହ କୋଚିଂ ପାଇଁ ମନୟନ କରିଛନ୍ତି। ପେଣ୍ଠ।ଥାଲନ ପ୍ରାଇଯାଗିତ। ରେ ରୁତୁ କଂ।ସ ଓ ସାବିତ୍ରୀ ସ୍ୱର୍ଣ୍ଣ ପଦକ ହାସଲ କରି ଥିଲେ। ଋତୁ ଦଶମ ଶ୍ରେଣୀର ଛାତ୍ରୀ ହେଇ ଥିବା ବେଳେ ସାବିତ୍ରୀ ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି। ଆଜି ଭୁବନେଶ୍ୱର ଠାରେ ମନ୍ତ୍ରୀ ନିତ୍ଯ।ନନ୍ଦ ଗଣ୍ଡ ଏହି ୨ କ୍ରିଡ଼ା ବିତ ଓ ଏହି ସ୍କୁଲର କ୍ରୀଡ଼ା ଶିକ୍ଷକ ସପନ ବୈରାଗୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତି ବର୍ଷ ବିଏସ ପଦର ହାଇ ସ୍କୁଲ ରୁ ୧୦ ରୁ ୧୫ ଜଣ ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବା ସହ ମେଡାଲ ଜିତି ଭୁବନେଶ୍ଵର ସ୍ପୋର୍ଟସ ହଷ୍ଟେଲ ରେ ରହିବା ପାଇଁ ମନୋନୀତ ହେଉଛନ୍ତି। ଏଥି ପାଇଁ ମନ୍ତ୍ରୀ ଏହି ସ୍କୁଲ ର ଅବଦାନ କୁ ଭୂୟସୀ ପ୍ରଶଂସା କରିବା ସହ ରାଜ୍ୟର ଅନ୍ୟ ସ୍କୁଲ ମାନେ ମଧ୍ୟ ଏପରି ଉଦ୍ୟମ କରିବା ଉଚିତ୍ ବୋଲି ମତ ଦେଇଥିଲେ।