October 5, 2024
Share

 

୧-କଟକ: ଆସନ୍ତା ୨୧ରୁ ୩୧ ପର୍ଯ୍ୟନ୍ତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ।

୨-ଜୁଲାଇ ୨୨ରୁ ବଜେଟ ଅଧିବେଶନ, ରବିବାର ବସିବ ସର୍ବଦଳୀୟ ବୈଠକ।

୩-କଟକ: ଉଗ୍ର ହେଉଛି ନର୍ସିଂ ଅଫିସର୍ -ହାଉସ ସର୍ଜନ ବିବାଦ, କଳାବ୍ୟାଚ ପିନ୍ଧି ପ୍ରତିବାଦ।

୪-୧୦ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ।

୫-ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ଆଭିମୁଖ୍ୟ, ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପର ହେବ ଜୋରଦାର ବିରୋଧ।

୬-ଭୁବନେଶ୍ୱର:୨୨ରୁ ୨୮ ତାରିଖ ମଧ୍ୟରେ ସ୍କୁଲର ପାଳିତ ହେବ ଶିକ୍ଷା ସପ୍ତାହ।

୭-ଜଣେ ରୋଗୀଙ୍କ ଚିକିତ୍ସା ଲାଗି ଛତ୍ରପୁର ବିଧାୟକ ପ୍ରଥମ ଦରମାରୁ ୨୫ ହଜାର ଟଙ୍କା ସହାୟତା ଦେଲେ।

୮-ପୁରୀ:ଆସନ୍ତା ଗୁରୁବାର ଦିନ ସକାଳ ୯ଟା ୫୧ ମିନିଟରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତରେ ଭିତର ଭଣ୍ଡାର ତାଲା ଖୋଲାଯିବ।

୯-ନନ୍ଦନକାନନ:ଜମି ଦେବାକୁ କହି ୨୫ ଲକ୍ଷ ଠକେଇ,୨ ଗିରଫ।

୧୦-ବର୍ଷାରେ ଭିଜିବ ଓଡିଶା, ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆଗାମୀ ୪ ଦିନ ଯାଏଁ ବର୍ଷା ସତର୍କତା ଜାରି।

୧୧-ପୁରୀ:ରଥ ଉପରେ ଅଣସେବକ ଚଢିବା ଘଟଣା, ଥାନାରେ ମନ୍ଦିର ପ୍ରଶାସନର ଅଭିଯୋଗ।

୧୨-ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା; ବିଜେପି ସରକାରଙ୍କୁ ଘେରିଲେ ବିରୋଧୀ।

୧୩-ଆଜି ସୁନାବେଶ ପାଇଁ ଟ୍ରାଫିକ ସହ ବ୍ୟାରିକେଡ଼ ବ୍ୟବସ୍ଥା, ଶ୍ରଦ୍ଧାଳୁ ସିଧାସଳଖ ବଡ଼ ଦାଣ୍ଡକୁ ଆସିପାରିବେ ନାହିଁ।

୧୪-କନ୍ଧମାଳ: ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ।

୧୫-ଭାରତୀ ଏୟାରଟେଲ୍ ସ୍କଲାରସିପ୍ ପ୍ରୋଗ୍ରାମ୍‌: ଗରିବ ଘର ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି। ବାର୍ଷିକ ୧୦୦କୋଟିରୁ ଅଧିକ ଖର୍ଚ୍ଚ ସହିତ ୪୦୦୦ଛାତ୍ରଛାତ୍ରୀ ଉପକୃତ ହେବେ

୧୬-​ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ।

୧୭-ମହିଳା ଏସିଆ କପ୍ T20:୧୯ରେ ଭାରତ ପାକ୍ ମୁକାବିଲା।

୧୮-ଭାରତୀୟ ଡାକ ବିଭାଗରେ ନିଯୁକ୍ତି; ପୂରଣ ହେବ ୪୪ ହଜାରରୁ ଅଧିକ ପଦବୀ।ଦଶମ ପାଶ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ।

୧୯-ବଢ଼ିଲା ଟ୍ରେନି IAS ପୂଜା ଖେଦକରଙ୍କ ଅଡୁଆ; ୨୩ ତାରିଖ ସୁଦ୍ଧା ରିପୋର୍ଟ କରିବାକୁ ନିର୍ଦ୍ଦେଶ।

୨୦-ଝାଡ଼ଖଣ୍ଡରେ ସଡକ ଦୁର୍ଘଟଣା ୨ ସ୍କୁଲ ପିଲା ମୃତ, ଘଟଣାସ୍ଥଳରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ।

୨୧-ଦିଲ୍ଲୀ ଅଭିମୁଖେ ଯିବାକୁ ସଜବାଜ ହେଲେଣି ଚାଷୀ; ଗତ ଫେବ୍ରୁଆରିରୁ ଆନ୍ଦୋଳନ ଜାରି।

୨୨-ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ, ୪ ଯବାନ ସହିଦ।

*🙏 ସୁପ୍ରଭାତ 🙏*