May 18, 2025

ଦଶମ ଓ ଦ୍ବାଦଶ ବୋର୍ଡ ଫଳାଫଳରେ ପାରଳାଖେମୁଣ୍ଡିର ସେଞ୍ଚୁରୀୟନ ପବ୍ଲିକ୍ ସ୍କୁଲର ଉତ୍କୃଷ୍ଟ ପ୍ରଦର୍ଶନ

Share

 

ପାରଳାଖେମୁଣ୍ଡି:୧୭/୫(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସ୍ଥିତ ପାରଳାଖେମୁଣ୍ଡି ସହରରେ ଥିବା ସେଞ୍ଚରୀୟନ୍ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ପୁଣି ଥରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଛନ୍ତି। ବହୁ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଅନେକ ଛାତ୍ର ଡି ସ୍ଟିସନ୍ ଏବଂ ଉତ୍‌ତମ ସ୍କୋର ହାସଲ କରିଛନ୍ତି। ଦଶମ ଶ୍ରେଣୀରେ ୨୦ ପ୍ରତିଶତରୁ ଅଧୂକ ୧୧ ଜଣ ଛାତ୍ରଛାତ୍ରୀ ରଖୁଥ‌ିବା ବେଳେ ପାର୍ଥ ସାରଥୀ ସାହୁ ଏବଂ ତତସତ୍ ପାଣିଗ୍ରାହୀ ଦୁଇଜଣ ଛାତ୍ର ୨୫ ପ୍ରତିଶତ ସ୍ଵାର ରଖୁଛନ୍ତି । ସେହିପରି ସ୍କୁଲର ବହୁ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଦ୍ବାଦଶ ଶ୍ରେଣୀରେ ସେହିପରି ୨୦ ପ୍ରତିଶତରୁ ଅଧିକ ୨ ଜଣ ଛାତ୍ର ୧ ତନୁଜା ସମନ୍ନା ଏବଂ ଶୁଭଲଗl ପାଢୀ ରଖୁଥିବାବେଳେ ବହୁ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧୂକାର କରିଛନ୍ତି । ଏହି ଫଳାଫଳ ଗୁଡ଼ିକ କେବଳ ଶିକ୍ଷାଗତ ପ୍ରତିଭା ନୁହେଁ ବରଂ ସ୍କୁଲର ଅଧ୍ୟାପକ ଏବଂ ପରିଚାଳନା ଦ୍ବାରା ପ୍ରଦାନ କରାଯାଇଥିବା ନିଷ୍ଠା ଏବଂ ନିରନ୍ଧର ମାର୍ଗଦର୍ଶନକୁ ପ୍ରତିଫଳିତ କ ରୁଛି । ସେଞ୍ଚୁରୀୟନ ବିଶ୍ବବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଫେସର ଡି. ଏନ. ରାଓ ବ୍ୟକ୍ତିଗତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ସ୍କୁଲର ଶିକ୍ଷାଗତ ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ ଏବଂ ଉତ୍କର୍ଷତାର ପରିବେଶ ସୃଷ୍ଟି କରିବା ଯୋଗୁଁ ଅଧ୍ୟାପକ ଏବଂ ନେତୃତ୍ବକୁ ଶ୍ରେୟ ଦେଇଥିଲେ । ସେଞ୍ଚୁରୀୟନ୍ ପବ୍ଲିକ୍ ସ୍କୁଲର ପ୍ରିନ୍ସିପାଲ୍ ସୁନୀତା ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଅତ୍ୟନ୍ତ ଗର୍ବ ପ୍ରକାଶ କରିଥିଲେ। ସେ କହିଥିଲେ, “ଏହି ସଫଳତା କେବଳ ଶିକ୍ଷାଗତ ଦକ୍ଷତାର ପ୍ରତିଫଳନ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଏବଂ ମୂଲ୍ୟବୋଧର ମଧ୍ୟ ପ୍ରତିଫଳନ । ମୁଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବଡ଼ ସ୍ବପ୍ନ ଦେଖ‌ିବା ଏବଂ କଠିନ ପରିଶ୍ରମ କରିବାକୁ ଉତ୍ସାହିତ କରୁଛି।” ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ପା ତ୍ର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କୁ ପ୍ରଶଂସା କରି କହିଥିଲେ, “ଏପରି ଫଳାଫଳ ଦଳଗତ କାର୍ଯ୍ୟ, ସମୟ ଅନୁସାରେ ପରାମର୍ଶ ଏବଂ ଛାତ୍ରଛାତ୍ରୀଙ୍କ ଦୃଢ଼ ନିଷ୍ପତ୍ତର ଫଳାଫଳ। ଆମେ ନିଶ୍ଚିତ ଯେ ବର୍ତ୍ତମାନ ଯେ ହେତୁ ଏକାଦଶ ଶ୍ରେଣୀରେ ଜଏନ୍ କରିବା ପାଇଁ ଆମ ସ୍କୁଲ ଖୋଲା ଅଛି. ସେହି ଦୃଷ୍ଟିରୁ ଏହି ସଫଳତା ଅନେକ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଆମର ଶିକ୍ଷଣ ଯାତ୍ରାର ଅଂଶ ହେବାକୁ ପ୍ରେରଣା ଦେବ । ସେଞ୍ଚୁରୀୟନ୍ ପବ୍ଲିକ୍ ସ୍କୁଲର ସମଗ୍ର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଛାତ୍ରଛାତ୍ରୀମାନଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କର ସାମୂହିକ ପ୍ରୟାସ ହିଁ ଛାତ୍ରଛାତ୍ରୀମାନଙ୍କ ଆଜି ଏ ସ୍ମରରେ ପ‌ହଞ୍ଚାଇପାରିଛି । ଏହା ସ୍କୁଲ ପାଇଁ ଏକ ଗର୍ବ । ଏହ ଏହି ପରି ଏକ ସ୍କୁଲରେ ଏହାର ଶିକ୍ଷାଗତ ପରିବାରର ଅଂଶ ହେବାକୁ ଆମନ୍ତ୍ରଣ କରିବା ସହ ଶିକ୍ଷା କ୍ଷେତ୍ରରେ ନୂତନ ଇଲଖୁଣ୍ଟ ସ୍ଥାପନ କରିବାକୁ ଛାତ୍ରଛାତ୍ରୀମାନଙ୍କ ପ୍ରୋତ୍ସାହନ କରୁଛୁ।

You may have missed