March 8, 2026

ଅଗ୍ରଣୀ ସାହିତ୍ୟନୁଷ୍ଠାନ ତରଫରୁ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ବୋଲଗଡ଼ ବ୍ଲକରେ ସର୍ବାଧିକ ପ୍ରତିଶତ ନମ୍ବର ରଖିଥିବା ସୁଲଂଗ୍ନା ପୂଣ୍ୟୋତେୟାଙ୍କୁ ଅନୁଷ୍ଠାନ ତରଫରୁ ସମୂର୍ଦ୍ଧିତ କରାଯାଇଛି

IMG-20250517-WA0037
Share

ଅଗ୍ରଣୀ ସାହିତ୍ୟନୁଷ୍ଠାନ ତରଫରୁ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ବୋଲଗଡ଼ ବ୍ଲକରେ ସର୍ବାଧିକ ପ୍ରତିଶତ ନମ୍ବର ରଖିଥିବା ସୁଲଂଗ୍ନା ପୂଣ୍ୟୋତେୟାଙ୍କୁ ଅନୁଷ୍ଠାନ ତରଫରୁ ସମୂର୍ଦ୍ଧିତ କରାଯାଇଛି

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ସଦର ମହକୁମାସ୍ଥିତ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ, ସେବା ସଂସଦ ଆନୁକୂଲ୍ୟରେ ଚଳିତ ୨୦୨୫ ମସିହା ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଖୋର୍ଦ୍ଧା , ବେଗୁନିଆ ଓ ବୋଲଗଡ ବ୍ଲକରେ ସର୍ବାଧିକ ୯୮ ପ୍ରତିଶତ ନମ୍ବର ରଖିଥିବା ସୁଲଂଗ୍ନା ପୂଣ୍ୟୋତୋୟାଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢ଼ୌକନ ଦେଇ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରିଥିଲେ। ଆଚାର୍ଯ୍ୟ ବିନୋଦ ବିହାରୀ ଦାସ ବେଦପାଠ କରି ଥିଲେ। ଆଗାମୀ ଜୀବନରେ ଭଲ ମଣିଷ ହୋଇ ଲୋକଙ୍କ ସେବା କରିବା ପାଇଁ ଉପସ୍ଥିତ ସମସ୍ତ ଆତ୍ମୀୟ ଓ ଗୁରୁଜନ ମାନେ ମତ ପ୍ରକାଶ କରିବା ସହିତ ଆର୍ଶୀବାଦ ପ୍ରଦାନ କରିଥିଲେ ।ଏଥିରେ ଅନୁଷ୍ଠାନର ସଭାପତି ଭାଗୀରଥି ପରିଡ଼ା ,ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ, କୋଷାଧ୍ୟକ୍ଷ ସୋମନାଥ ସାହୁ,ରଶ୍ମି ଚାନ୍ଦ କର, ସୁଶ୍ରୀ ସସ୍ମିତାରାଣୀ ତ୍ରିପାଠୀ ,ଜିତେନ୍ଦ୍ର କୁମାର ଜେନା,ପ୍ରତାପ କୁମାର ସାହୁ, କୈଳାଶ ଚନ୍ଦ୍ର ସାହୁ,ବିଜୟ ମହାନ୍ତି, ରାମଚନ୍ଦ୍ର ସାହୁ,ଶୁଭମ ସାହୁ ,ସଦାଶିବ ମହାରଣା, ଵୁବୁନା ମହାରଣା, ପ୍ରଦୀପ୍ତ କିଶୋର ତ୍ରୀପାଠୀ ଯୋଗଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ

ଶୁଭ ଖବର