June 29, 2024

୨ ବାଇକ୍ ମୁହାଁମୁହିଁ ଧକ୍କା , ୪ ଆହତ…

Share

ବୁଗୁଡ଼ା :  ବୁଗୁଡା ଥାନା ଅନ୍ତର୍ଗତ ଉଦୟପୁର ଗାଁ ଅନ୍ଧାରି ଶଙ୍ଖ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଚାରି ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଆହତମାନେ ହେଲେ କରସିଙ୍ଗି ଗ୍ରାମର ଦୀପକ କୁମାର ନାୟକ , ଉଦୟପୁର ଗ୍ରାମର ଓଁକାର ନାୟକ , ରାଜେନ୍ଦ୍ର ନାୟକ ଓ ବୈକୁଣ୍ଠ ନାୟକ । ପ୍ରକାଶ ଯେ , କୌଣସି କାମରେ ଜେଏକ ଗ୍ରାମକୁ ଯାଇ ସେଠାରୁ ଦୀପକ, ରାଜେନ୍ଦ୍ର ଓ ବୈକୁଣ୍ଠ ଗୋଟିଏ ବାଇକରେ ଫେରୁଥିବା ବେଳେ ସାମନା ପଟୁ ଆସୁଥିବା ଓଁକାର ନାୟକର ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଚାରି ଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ । ସେମାନଙ୍କୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା ।ଦୁର୍ଘଟଣାରେ ଓଁକାର ଓ ଦୀପକର ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ରାଜେନ୍ଦ୍ର ଓ ବୈକୁଣ୍ଠର ହାତଗୋଡ ଖଣ୍ଡିଆ ଖାବରା ହୋଇଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କ ଅବସ୍ଥାରେ ସୁଧାର ଆସିଥିବା ବେଳେ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।