April 24, 2026

ଦୈବୀ ଦୁର୍ବିପାକରୁ ରକ୍ଷା ପାଇଁ ତାଲିମ

IMG-20260417-WA0043
Share

 

ବୋଲଗଡ଼,୧୭/୪(ଉପାନ୍ତ ଖବର):ଜାତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଅବସରରେ ବୋଲଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ମାନଙ୍କରେ ଆକସ୍ମିକ ବିପଦ ମୁକାବିଲା ପାଇଁ ସଚେତନତା,ତାଲିମ ଓ ଅଭ୍ୟାସ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି।ଏନେଇ ଗୁରୁବାର ଦିନ ସ୍ଥାନୀୟ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୋଲଗଡ଼ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଙ୍କ ତତ୍ତ୍ଵାବଧାନରେ ହାବିଲଦାର ଭାଗିରଥି ବଳିୟାର ସିଂହ,ଅଗ୍ନିଯୋଦ୍ଧା ଦୀପକ ମଲ୍ଲିକ ଓ ବାଲ୍ମୀକି ପ୍ରଧାନ ପ୍ରମୁଖ ତରଳ,କଠିନ ଓ ଗ୍ୟାସ ରେ ନିଆଁ ଲାଗିଲେ ତାହାର ନିର୍ବାପନର ଉପାୟ କୁ ବିଭିନ୍ନ ସରଞ୍ଜାମର ବ୍ୟବହାର ଓ ପ୍ରୟୋଗ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ।ଏହା ସହ ବଜ୍ରପାତ,ସର୍ପ ଦଂଶ ନ, ଜଳରେ ବୁଡିବା ଓ ବିଦ୍ୟୁତ ଆଘାତରୁ ବର୍ତ୍ତିବା ଉପାୟ ତଥା ଏନେଇ ସରକାର ପ୍ରଦାନ କରୁଥିବା କ୍ଷତିପୂରଣ ବାବଦରେ କେନ୍ଦ୍ର ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଥିଲେ। ସାବଧାନତା ଓ ସତର୍କତା ହିଁ ଅନେକ ବିପଦକୁ ଏଡ଼ାଇ ଦେଇଥାଏ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।ଏହି ଅବସରରେବୋଲଗଡ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ ,ପ୍ରଧାନଶିକ୍ଷକ ପୀତବାସ ଲେଙ୍କା ପ୍ରମୁଖଙ୍କ ଉପସ୍ଥିତିରେ ଆଗ୍ନିକ ମାନଙ୍କ ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିରାପତ୍ତା ସମ୍ପର୍କିତ ଅଭ୍ୟାସରେ ସାମିଲହୋଇ ତାଲିମ ନେଇଥିଲେ। ବିଭିନ୍ନ ବିଦ୍ୟାଳୟରେ ଏହିଭଳି ତାଲିମ କାର୍ଯ୍ୟକ୍ରମ ଆୟୋଜନ ଜାରି ରହିଛି। ଅଗ୍ନିଶମ ଅଧିକାରୀଙ୍କ ସହ ଯୋଗାଯୋଗ କରି ତାଲିମ ଶିବିର ଆୟୋଜନ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed