April 26, 2026

ଜଳସଙ୍କଟକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର

IMG-20260416-WA0081
Share

 

ତାଳଚେର, ୧୬/୦୪ ତାଳଚେର ବ୍ଳକ ଅନ୍ତର୍ଗତ କଣ୍ଢାଳ ପଂଚାୟତର ତାଳବେଡ଼ା, ଏକାଦଶୀପୁର, ବନମାଳିପୁର, ଦାସରଥିପୁର ଓ ସୌଭାଗ୍ୟଗର ଅଂଚଳରେ ପାଳନୀୟ ଜଳର ଅଭାବର ସମାଧାନ ପାଇଁ ପଂଚାୟତ ସରପଂଚ ଯଶୋବନ୍ତୀ ବେହେରାଙ୍କ ନେତୃତ୍ୱରେ ୱାର୍ଡ଼ମେମ୍ବର ଉମାମଧବ ଆଚାର୍ଯ୍ୟ, ପୂର୍ଣ୍ଣିମା ପ୍ରିତିଛନ୍ଦା ହୋତା, ରବି ଶତପଥୀ, କେଶବ ବେହେରା ଓ ସଂଗ୍ରାମ ବେହେରା ଉପଜିଲ୍ଳାପାଳଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଗ୍ରାମ ଗୁଡ଼ିକୁ ଏଲଏନଟି ଓ ଏମସିଏଲ ପକ୍ଷରୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥାଏ । ୧୪୯ନଂ ଜାତୀୟ ରାଜପଥ ସଂପ୍ରସାରଣ ଚାଲୁଥିବା ବେଳେ ରାସ୍ତା ନିର୍ମାଣ କରୁଥିବା କମ୍ପାନୀ ମନଇଚ୍ଛାରେ ବିଛା ଯାଇଥିବା ପାଣିପାଇପ୍ ଲାଇନ୍ ଉଭୟ ଏମସିଏଲ ଓ ଏଲଏନଟିର କାଟି ଦେଉଥିବାରୁ ପାଣି ଘୋର ସଙ୍କଟ ଦେଖାଦେଇଛି । ଏହି କମ୍ପାନୀରେ ରାସ୍ତା ନିର୍ମାଣ ପାଇଁ ଡ଼ୋଜର ସାହାଯ୍ୟରେ ମାଟି ଖୋଳିବା ସମୟରେ ପାଇପ ଲାଇନ ଗୁଡ଼ିକୁ ଧ୍ୟାନ ନଦେଇ କାଟି ପକାଉଛି । ଯଦି ଏହାର ସମାଧାନ ନକରାଯାଏ ଆଗକୁ ଉକ୍ତ ଗ୍ରାମବାସୀମାନେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଗ୍ରାମବାସୀ ପକ୍ଷରୁ କୁହାଯାଇଛି ।

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ ଉପାନ୍ତ ଖବର