ସି.ସବ୍ରମନ୍ୟୁ ସମ୍ମାନ ରେ ସମ୍ମାନିତ ହେଲେ କ୍ଷୀରସିନ୍ଧୁ ସଗରିଆ
ନୂଆପଡା ତା:୧୭.୦୨. ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ କୁସମାଲ୍ ଗ୍ରାମର ଖିରସିନ୍ଧୁ ସଗରିଆ ଜନ୍ମ ହୋଇ ନିଜ ଅଞ୍ଚଳ ରେ ଥିବା ସମସ୍ୟା କୁ ଦୂରୀଭୂତ କରିବା ପ୍ରୟାସ ଆରମ୍ଭ କରିଥିଲେ। ସେ ଦୁର୍ନୀତି ବିରୋଧୀ ମଞ୍ଚ ରେ କାମ ଆରମ୍ଭ କରି ସୂଚନା ଅଧିକାର ଆଇନ ତାଙ୍କ ପାଇଁ ଏକ ଆୟୁଦ୍ଧ ପାଲଟିଥିଲା। ସୂଚନା କର୍ମୀ ରୂପେ ଜିଲ୍ଲା ରେ ବେଶ ପରିଚିତ ଥିଲେ। ପରେ ଶ୍ରମିକ ଙ୍କ ଅଧିକାର ଏବଂ ସରକାରୀ ଯୋଜନା ରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରିବାକୁ ବାଧ୍ୟ କରିଥିଲେ। ସେ ୯ ଜୁଲାଇ ୧୯୭୫ ରେ ଜନ୍ମ ହୋଇଥିଲେ। ତାଙ୍କ ପିତା ପଦ୍ମନ ସଗରିଆ, ତାଙ୍କ ଶିକ୍ଷାଗତ ଯୋଗ୍ୟତା ହାସଲ କରି ଲୋକଙ୍କ ପାଇଁ କାମ କରିବାକୁ ବାହାରିଥିଲେ। ତାଙ୍କ କାର୍ଯ୍ୟ ପାଇଁ ସୂଚନା କମିଶନ ଜଗଦାନନ୍ଦ ପଣ୍ଡା, ରାଜ୍ୟସଭା ସାଂସଦ ଏ ଭି ସ୍ବାମୀ, ସମ୍ମାନିତ କରିଥିଲେ। ବିକାଶ ବେସରକାରୀ ସଂସ୍ଥା, ଆକ୍ସନ ଆଡ, ସ୍ପେଡ଼ କୋରାପୁଟ, ରୂପାୟନ୍ ଭୁବନେଶ୍ୱର, ପ୍ରକ୍ସିସ ସଂସ୍ଥା ନୂଆଦିଲ୍ଲୀ ରେ ସାମାଜିକ ସମୀକ୍ଷା ରେ ଯୋଗ ଦେଇଥିଲେ। ଦୀର୍ଘ ୧୫ ବର୍ଷ ହେବ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବିଶେଷ ରୂପେ ଜନସାଧାରଣ ଖାଦ୍ୟ ପାଇଁ ଭୋକ ରେ ନ ରହି, ନିଜ ଅଧିକାର ର ଅଧିକାରୀ ହେବା କୁ ଆହ୍ବାନ କରିଥିଲେ। ସାମାଜିକ ସମୀକ୍ଷା, ବଲ୍ୟା ବିବାହ, ଶିଶୁଙ୍କୁ ଉଦ୍ଧାର କରି ତାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶିଶୁ ସୁରକ୍ଷା ୟୁନିଟ ରେ ଭର୍ତ୍ତି, ପହରିଆ ପରିବାର ଙ୍କୁ ୫୦ ଗୋଟି ଆବାସ ଗୃହ ପ୍ରଦାନରେ ସହାୟକ ହୋଇଥିଲେ।୨୦୦୯ ମସିହାରେ ମନରେଗା ଯୋଜନା ଦୁର୍ନୀତି ର ପର୍ଦ୍ଦାଫାଶ କରି ଅଧା ଡ଼ର୍ଜନ ଅଧିକାରୀ ଙ୍କୁ ନିଲମ୍ବିତ ହୋଇଥିଲେ।ଦଳିତ ଆଦିବାସୀଙ୍କ ପାଇଁ କାମ କରି ସରକାରୀ ସୁବିଧା ପ୍ରଦାନ କରିବାର ପ୍ରୟାସ କରିଥିଲେ। ଜଙ୍ଗଲ ଅଧିକାର ଆଇନ ରେ ଆଦିବାସୀଙ୍କ ମାଲିକାନା ପ୍ରଦାନ କରିବା ରେ ସହାୟକ କରିଥିଲେ। ଏହି ସବୁ କାର୍ଯ୍ୟ ତାଙ୍କ ଜୀବନ ରେ ଅନେକ ସଫଳତା ଆଣି ଦେଇଥିବା ବେଳେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଡ଼ମ ଗଣ୍ଡା ସମାଜ ର ଖଡିଆଳ ବ୍ଲକ ସମ୍ପାଦକ ରୁପେ କାର୍ଯ୍ୟ କରି ଶିକ୍ଷା ଦ୍ବାରା ହିଁ ସମାଜର ବିକାଶ ହେବା ନେଇ କାର୍ଯ୍ୟ କରିଥିଲେ। ଗତକାଲି ନୂଆଦିଲ୍ଲୀ ଥରେ ନେସନାଲ ଫାଉଣ୍ଡେସନ ଅଫ ଇଣ୍ଡିଆ ପକ୍ଷ ରୁ , ସି.ସବ୍ରମନ୍ୟୁ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି। ନଗଦ ଏକ ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ସହ ମାନପତ୍ର ପାଇଛନ୍ତି। ତାଙ୍କ ସଫଳତା ପଛରେ ଅନେକ ଲୋକଙ୍କ ହାତ ଥିବା ବେଳେ ସେଥିମଧ୍ୟରୁ ବରିଷ୍ଠ ସାମ୍ବାଦିକ ଅଜିତ ପଣ୍ଡା, ତପନ ଦାସ ଏବଂ ସମୀର ପଣ୍ଡା ଙ୍କ ବିଶେଷ ସହାୟତା କରିଥିବା ଉଲ୍ଲେଖ କରିଛନ୍ତି। ସମସ୍ତ ବେସରକାରୀ ଅନୁଷ୍ଠାନ ମୁଖ୍ୟ ଙ୍କ ସହଯୋଗ ଆଜି ସଫଳତା ଆଣିଦେଇଛି। ଏହି ସମ୍ମାନ ଆଗକୁ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେବ ବୋଲି ପ୍ରକାଶ କରିଥିଲେ।
