ଉମରକୋଟ ବେକରେ ଗାମୁଛା ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା……….
ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ) ବେକରେ ଗାମୁଛା ବାନ୍ଧି ଘର ଭିତରେ ଝୁଲି ପଡି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଉମରକୋଟ ପୈାର ପରିଷଦ ର ଲିଙ୍ଗରାଜ ଜେନା।(୨୮)। ମିଳିଥିବା ସୂଚନା ଅନୁସାରେ ଲିଙ୍ଗରାଜ ଗତକାଲି ଖାଇସାରି ଶୋଇବାକୁ ଯାଇଥିଲେ। ଆଜି ସକାଳେ ପରିବାର ଲୋକ ଜାଣିବାକୁ ପାଇଲେ ଯେ ଲିଙ୍ଗରାଜ ଘର ଭିତରେ ଏକ ପାଟିଆରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। କାଳେ ଲିଙ୍ଗରାଜ ବଞ୍ଚିଥିବ ଭାବି ପରିବାର ଲୋକେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ଲିଙ୍ଗରାଜ କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ତଦନ୍ତ ଭାର ଏଏସଆଇ ମଳୟ କୁମାର ମିଶ୍ର ସମ୍ଭାଳିଛନ୍ତି।
