June 24, 2026

ଉମରକୋଟ ଠାରେ ଛନ୍ଦକବି ସ୍ଵର୍ଗତ ରଘୁନାଥ ପଟ୍ଟନାୟକଙ୍କ ଶତବାର୍ଷିକୀ ଜନ୍ମଜୟନ୍ତୀ ପାଳନ……..

IMG-20260217-WA0019
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ବର୍ତ୍ତମାନ ଦେଶରେ ସାହିତ୍ୟପ୍ରେମୀ ଓ ଉତ୍ସାହୀ ପାଠକମାନେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶତବାର୍ଷିକୀ ଉତ୍ସବ ପାଳନ କରୁଥିବା ବେଳେ ଏହି ଅବସରରେ ଉମରକୋଟ ଅଞ୍ଚଳର ଜଣେ ଛନ୍ଦକବି ସ୍ଵର୍ଗତ ରଘୁନାଥ ପଟ୍ଟନାୟକଙ୍କ ଶତବାର୍ଷିକୀ ଜନ୍ମଜୟନ୍ତୀକୁ ସ୍ମରଣାର୍ଥେ ଗମ୍ଭୀର ଆଦରସହ ପାଳିତ ହୋଇଯାଇଛି। ଓଡ଼ିଆ ଛନ୍ଦ-କାବ୍ୟର ଏକ ଦୃଢ଼ ପଦ ସୃଷ୍ଟି କରିଥିବା ଏହି ପ୍ରତିଷ୍ଠିତ କବିଙ୍କ ଜୀବନ, ସାହିତ୍ୟସାଧନା ଓ ଓଡ଼ିଆ କବିତାରେ ତାଙ୍କ ଛାପକୁ ନେଇ ବିଭିନ୍ନ ସଂଗଠନ, ସାହିତ୍ୟ ସଂସଦ ଓ ସଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଧୋଡ୍ରା ସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଶେଷ କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେବୀ କେଦାରେଶ୍ଵର ପଟ୍ଟନାୟକଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଗାଳ୍ପିକ ଡାକ୍ତର ସୁରେନ୍ଦ୍ର ନାଥ ଦାଶ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଟ ନେତା ରମେଶ ଚନ୍ଦ୍ର ସାହୁ, ବରିଷ୍ଠ ସାହିତ୍ୟିକ ପ୍ରଫୁଲ୍ଲ କୁମାର ରାଉତ, ଓଡିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଦସ୍ୟ କବି ବଲ୍ଲବ ରାଉତ, ଦେବ ନାରାୟଣ ବାରିକ, ଟୁଟୁବାବୁ ପଟ୍ଟନାୟକ, ଶାନ୍ତି ଲତା ମହାନ୍ତି ପ୍ରମୁଖ ଯୋଗଦେଇ କବିଙ୍କ ରଚନାମାନଙ୍କ ଉପରେ ଆଲୋଚନା ଚର୍ଚ୍ଚା ସହ କବିଙ୍କ ଜୀବନୀ ଓ ସୃଜନଶୀଳ ଅବଦାନକୁ ନେଇ ସ୍ମୃତି ଚାରଣ କରିଥିଲେ।

ଛନ୍ଦ ସୃଷ୍ଟିରେ ତାଙ୍କ ଅପୂର୍ବ ପାରଙ୍ଗମତାକୁ ନୂଆ ପିଢ଼ୀଙ୍କୁ ପରିଚୟ କରାଇବା ପାଇଁ ବିଶେଷ କର୍ମଶାଳାର ଆୟୋଜନ କରିବା ସହିତ ସ୍ମରଣର କେନ୍ଦ୍ରବିନ୍ଦୁ କବିଙ୍କ ଦୀର୍ଘ ସାହିତ୍ୟ ସାଧନାର ମୂଳରେ ଥିବା ଛନ୍ଦ ପ୍ରତି ଶ୍ରଦ୍ଧା,ଭାଷାର ସ୍ୱଚ୍ଛତା ଏବଂ ସାହିତ୍ୟ ମାଧ୍ୟମରେ ସାମାଜିକ ଜାଗରଣ ଓ ତାଙ୍କର କୃତିମାନେ ଓଡ଼ିଆ ସାହିତ୍ୟକୁ ଯେ ପରିମାଣରେ ଦୃଢ଼ତା ମନେ ପକାଇଛି ସେ ବିଷୟରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଛନ୍ଦକବି ପରିବାର ପକ୍ଷରୁ ସମସ୍ତ ଅତିଥି ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ରବିନ୍ଦ୍ର ପଟ୍ଟନାୟକ, ଅକ୍ଷୟ ପଟ୍ଟନାୟକ, ଅରୁନ୍ଧତୀ ପଟ୍ଟନାୟକ ସାମାଜସେବୀ ବଂଶୀଧର ଭୂୟାଁ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।