ଉମରକୋଟ ନିକଟସ୍ଥ ବଡଭରଣ୍ଡୀ ଠାରେ ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ ହେବ ଚାଲିଥିବା ବ୍ରିଜ ଅସମ୍ପୂର୍ଣ -ଏବେ ପାଲଟିଛି ମରଣ ଯନ୍ତା………..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ରୁ ନବରଙ୍ଗପୁର ସଂଯୋଗ କରୁଥୁବା ମୁଖ୍ୟ ରାସ୍ତାରେ ବଡଭରଣ୍ଡୀ ବ୍ରିଜ଼ ଉପରେ ସତେ ଯେମିତି ଅପେକ୍ଷା କରିଛି ମରଣ ଯନ୍ତା ଲୋକଙ୍କୁ | ଲୋକଙ୍କ ଅଭିଯୋଗ ଅନୁଯାୟୀ ଉମରକୋଟ, ନବରଙ୍ଗପୁର ରାସ୍ତା ରେ ଯାଉ ଥିବା ଗାଡି ମଟର ଆଦୌ ସୁରକ୍ଷିତ ନୁହେଁ |ସବୁ ଦିନ ଏହି ବ୍ରିଜ ପାଇଁ କିଛି ନା କିଛି ଦୁର୍ଘଟଣାର ସମୁଖୀନ ଅଞ୍ଚଳ ବସି ଓ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଯାତ୍ରୀ ସବୁଦିନ କିଛି ନା କିଛି ସମସ୍ୟା ଭୋଗୁଛନ୍ତି | ସବୁ ଦିନ ଏହି ରାସ୍ତା ଉପରେ ସହ ସହ ଭାରୀଯାନ ଚାଲୁ ଥିବାରୁ ଲୁହା ରଡ଼ ବାହାରିଥିବା ସ୍ଥାନ ରେ ଭାରି ଜାନ ଗୁଡିକ ଲାଗି ରାସ୍ତାରେ ଅଟକି ରହୁଛି | ଗାଡି ଗୁଡିକ ପ୍ରତିଦିନ ହଜାର ହଜାର ଟଙ୍କା ର ଟାୟାର କ୍ଷତି ଗ୍ରସ୍ତ ହେଉଛି.ସୂଚନା ଅନୁଯାୟୀ ବଡଭରଣ୍ଡୀ ପେଟ୍ରୋଲ ପମ୍ପ ପାଖରେ ମୁଣ୍ଡ ଠିକା ସଂସ୍ଥା ଦ୍ୱାରା ଏକ ନୂତନ ବ୍ରିଜ଼ କାମ ଚାଲୁଛି. ଯାହା ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ ହେବ ଚାଲିଥିବା ବେଳେ ଏବେ ବି ଅସମ୍ପୂର୍ଣ ଭାବେ ପଡିଛି. ଯାହାଦ୍ୱାରା ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ବଡ଼ କଥା ହେଉଛି ଗତ ବର୍ଷା ମାସ ସମୟରୁ ଠିକା ସଂସ୍ଥା ବ୍ରିଜ଼ ର ଉପର ଭାଗ କାମ ସରାଇବା ପରେ ଚୁପ ବସିଛି. ବ୍ରିଜ଼ ର ଅପ୍ରୋଚ ରାସ୍ତା ଓ ପାରିପାର୍ଷିକ କାମ ସରିନଥିବା ବେଳେ ବ୍ରିଜ଼ ଟି ବିପଦ ସଂକୁଳ ହେଇପଡିଛି| ଯାହା ଫଳରେ ବ୍ରିଜ଼ ଉପର ଭାଗ ରେ ଲୁହା ରଡ଼ ବାହାରି ସବୁ ଦିନ ଦୁର୍ଘଟଣା ର କାରଣ ପାଲିଟିଛି | ଗତ ଚାରି ଦିନ ଭିତରେ ବଡ଼ ବଡ଼ ଗାଡି ଦୁର୍ଘଟଣା ଘଟି ଚକା ଫାଟି ଯାଇଥିବା ଲୋକେ ଅଭିଯୋଗ କରିଥିଲେ | ରାତି ସମୟରେ ନୂଆ କରି ଆସୁଥିବା ଗାଡି ଓ ସାଧାରଣ ଯାତ୍ରୀ ପଡି ମେଡିକାଲ ଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି ଆମେ ଏ ବିଷୟରେ ଉମରକୋଟ ପୂର୍ତ୍ତ ବିଭାଗ ଉପନିର୍ବାହୀ ଅଧିକାରୀ ବିଶ୍ୱରଂଜନ ଦେହୁରୀ ଙ୍କୁ ପଚାରିବାରୁ ଗତ ବର୍ଷା ମାସ ରୁ କାମ ସରିବା କଥା କିନ୍ତୁ ବିଭାଗ ଠିକା ସଂସ୍ଥା କୁ ଶୀଘ୍ର କାମ ସାରିବାକୁ ତାଗିଦ କରାଯାଇଛି ଓ ସଂସ୍ଥା କୁ କାରଣ ଦର୍ଶାଅ ନୋଟିସ ୨ଥର ଦିଆ ମଧ୍ୟ ଯାଇଛି |ଶୀଘ୍ର କାମ ନ ସାରିଲେ ଉପର ନିର୍ଦେଶ ଅନୁଯାୟୀ ସରକାରୀ ଅର୍ଥ ଦଣ୍ଡ ଲାଗିବ |ବ୍ରିଜ଼ ଉପରେ ଲୋକଙ୍କ ସମସ୍ୟା କୁ ଦେଖି ବିଭାଗ ତରଫରୁ ଡ଼ାଇଭର୍ଶନ ଲାଗିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି |ଅଭିଯୋଗ କରିଥିବା ସ୍ଥାନୀୟ ବ୍ୟକ୍ତି ଙ୍କ ମଧ୍ୟରୁ ମୁନୁ ବେନିୟା, ସଲମାନ ବାଗ, ପର୍ଶୁରାମ ପନକା, ବିକ୍ରମ ସିଂ, ଜୟଦେବ ହରିଜନ,ମୁକେଶ ଗୁପ୍ତା,ସରୋଜ ବାଗ, ମୁନି ବେନିଆ ପ୍ରମୁଖ ଉପସ୍ଥିତ ଥିଲେ |
