ଆଜିର ଖବର..
୧-ଆଜିଠୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ବାଦଶ ପରୀକ୍ଷା,ସକାଳ ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ।
୨-କଡ଼ା ସୁରକ୍ଷା ଭିତରେ ଚାଲିବ ଚଳିତ ବଜେଟ୍ ଅଧିବେଶନ; ୩୪ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଗିବେ ବ୍ଲାକ କମାଣ୍ଡୋ।
୩-ଭୁବନେଶ୍ୱର:ମାର୍ଚ୍ଚ ୮, ଆନ୍ତର୍ଜାତିକ ମହିଳା ଦିବସରେ ମିଳିବ ସୁଭଦ୍ରା କିସ୍ତି।
୪-୧୩ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଜେଇଇ ମେନ୍ ସେସନ୍-୧ ଦେଇଥିଲେ । ୧୨ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରେ ଭବେଶ ପାତ୍ର ଓଡ଼ିଶା ଟପ୍ପର।
୫-ଭୁବନେଶ୍ୱର:୪୨ଟି ଶିଳ୍ପସଂସ୍ଥା ଉପରେ ୪ ହଜାର କୋଟି ଜଳକର ବାକି।
୬-୧୮ ସୁଦ୍ଧା ବରିଷ୍ଠ ଏସ୍ ଇ ଏସ୍ ପ୍ରଧାନ ଶିକ୍ଷକଙ୍କ ତଥ୍ୟ ପ୍ରଦାନ କରିବାକୁ ସରକାରଙ୍କ ନିର୍ଦ୍ଦେଶ।
୭-ଭୁବନେଶ୍ୱର: ଅଗ୍ନି ଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ, ମୁଖ୍ୟ ଅଗ୍ନି ଯୋଦ୍ଧା ହେଲେ ୧୮୪ ଆଗ୍ନିକ।
୮-କିଟ୍ ବିଶ୍ୱବିଦ୍ୟାଳୟ ୨୨ତମ ପ୍ରତିଷ୍ଠା ଦିବସରେ ଅତିଥିଙ୍କ ମତ : “କିଟ କେବଳ ଅନୁଷ୍ଠାନ ନୁହେଁ; ଏହା ଏକ ଦୃଷ୍ଟିକୋଣ”।
୯-ଜାନୁଆରୀ ୨୮ ସୁନ୍ଦରପଦା ଛାତିଥରା ବିସ୍ଫୋରଣ ଘଟଣାରେ ଭାଇରାଲ୍ ହେଉଥିବା CCTV ଫୁଟେଜ୍ କୁ ଧରି ଘାଣ୍ଟୁଛି NIA। ବିସ୍ଫୋରଣ ପଛରେ ବଡ଼ ଚକ୍ରାନ୍ତର ଆଶଙ୍କା କରୁଛି NIA।
୧୦-ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ,ସମ୍ବଲପୁର ଶାନ୍ତିନଗର ସ୍ଥିତ ନିଜ ଘରେ ଚାଲିଥିଲା ଚିକିତ୍ସା।
୧୧-ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଜିଓ ପାଭିଲିଅନ୍ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
୧୨-ବକ୍ସ ଅଫିସରେ ଭଲ ଆୟ କରିପାରୁନି ସାହିଦ କପୁରଙ୍କ ସିନେମା ଓ’ରୋମିଓ।
୧୩-କମିଲା ସୁନାଦର, ଗ୍ରାହକଙ୍କୁ ମିଳିଲା ଆଶ୍ବସ୍ତି। ଉଭୟ ୨୨ ଓ ୨୪ କ୍ୟାରେଟ୍ ସୁନାଦର ହ୍ରାସ। ୩ ଲକ୍ଷ ତଳକୁ ଖସିଲା ରୁପା, ସମସ୍ତେ ଖୁସି। ୨୪ କ୍ୟାରେଟ୍ ସୁନା ଦର ୧୩ ଶହ ୧୦ ଟଙ୍କା ହ୍ରାସ।
୧୪-ଯୁବକ ଯୁବତୀଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ: ‘ବିବାହ ପ୍ରତିଶ୍ରୁତି ପାଇ ଶାରୀରିକ ସମ୍ପର୍କ ରଖନି’
୧୫-ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କ AI ଭିଡିଓ କରିବା କଂଗ୍ରେସକୁ ପଡ଼ିଲା ମହଙ୍ଗା, ୯ ନେତାଙ୍କୁ ନୋଟିସ୍ ଜାରି।
୧୬-ଅହମ୍ମଦାବାଦର ଅନେକ ସ୍କୁଲକୁ ବୋମା ଧମକ। ଇମେଲ୍ ମାଧ୍ୟମରେ ସ୍କୁଲକୁ ଆସିଛି ଏହି ଚେତାବନୀ।
୧୭-ସଂଧ୍ୟା ୭ଟାରେ ହଠାତ୍ ଠପ୍ ହୋଇଗଲା ‘ଏକ୍ସ’, ଲକ୍ଷାଧିକ ୟୁଜର୍ସ ପ୍ରଭାବିତ।
୧୮-କୋଲକାତା:ଇଟାଲୀକୁ ହରାଇ ସୁପର ଏଇଟସ୍ ରେ ପହଞ୍ଚିଲା ଇଂଲଣ୍ଡ।
୧୯-କଲମ୍ବୋ:ନିଶଙ୍କଙ୍କ ଶତକ; ଶ୍ରୀଲଙ୍କା ସୁପର -୮ରେ, ଅଷ୍ଟ୍ରେଲିଆ ସଂକଟରେ।
୨୦-କଲକତା: ତାରିକ୍ ଙ୍କ ନିକଟକୁ ମିଠା ଓ ଫୁଲ ପଠାଇଲେ ମମତା ବାନାର୍ଜୀ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
