May 11, 2026

ଗଜପତି:- ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୭ତମ ଜୟନ୍ତୀ ପାଳିତ ..

IMG-20250217-WA0055
Share

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଆପନ୍ନା ପରିଚ୍ଛା ସ୍ମୃତି ସଂସଦ , ପାରଳାଖେମୁଣ୍ଡି’ର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ଆପନ୍ନା ପରିଚ୍ଛା’ଙ୍କ ୧୪୭ ତମ ଜୟନ୍ତୀ ଉତ୍ସବ ପାରଳାଖେମୁଣ୍ଡି ସହର ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଅନୁଷ୍ଠାନର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ’ର ପ୍ରାକ୍ତନ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା’ଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି।

ଏହି ସଭାରେ ମୁଖ୍ୟଅତିଥି ଭାବେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଜିତେନ୍ଦ୍ର ନାଥ ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଓ ସମ୍ମାନିତ ବକ୍ତା ଭାବେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ପ୍ରମୁଖ ଯୋଗ ଦେଇ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ବିଭିନ୍ନ କ୍ଷେତ୍ରରେ ରହିଥିବା ଅବଦାନକୁ ଉପସ୍ଥାପନ କରିଥିଲେ।

ପ୍ରାରମ୍ଭରେ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶିନୀ ଅତିଥିମାନଙ୍କୁ ମଞ୍ଚକୁ ସ୍ବାଗତ ଜଣାଇଥିବା ବେଳେ ଅଧ୍ୟାପକ ଶ୍ରୀ ସୌଦାଗର ସିଅ ଅତିଥି ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ମୁରଲୀଧର ପରିଚ୍ଛା ସଂପାଦକୀୟ ବିବରଣୀ ପାଠ କରିଥିଲେ।

ଉକ୍ତ ସମାରୋହରେ ପରିଚ୍ଛା ମଠର ପୁନରୁଦ୍ଧାର ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରା ଯାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱେତା ପଟ୍ଟନାୟକ , ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ତ୍ରିପତି ପ୍ରସାଦ ପଣ୍ଡା , ବିଷ୍ଣୁ ଚରଣ ପଣ୍ଡା , ସୁଧାଂଶୁ ଶେଖର ପଟ୍ଟନାୟକ , ଅଞ୍ଜନା ପଟ୍ଟନାୟକ , ସ୍ନେହା ବେହେରା , ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ।

ଏହି ଅବସରରେ “ଜାତୀୟ ଐତିହ୍ୟ’ର ସ୍ମୃତି ସୌଧ-ପରିଚ୍ଛା ମଠ” ନାମକ ପୁସ୍ତକ’ର ଶୁଭ ଉନ୍ମୋଚନ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।

ଏଥି ସମେତ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଯଥା:- କବି କୁସୁମ ଗୌରବ ଶ୍ରୀ ଘନଶ୍ୟାମ ଜେନା’ଙ୍କୁ “ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସମ୍ମାନ:-୨୦୨୫ ” , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଓ ଡ଼ଃ କଲ୍ୟାଣୀ ମିଶ୍ର’ଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ପ୍ରତିଭା ସମ୍ମାନ:- ୨୦୨୫ ଏବଂ ସୁଶ୍ରୀ ଶୃତି ମଞ୍ଜରୀ ବର୍ଦ୍ଧନ’ଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ଶିଶୁ ପ୍ରତିଭା ସମ୍ମାନ:- ୨୦୨୫ ରେ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————