September 24, 2026

କଳକୀ୍ ସେନାବାହିନୀର ସନାତନୀ ଆଳତି ଓ ଗହଣଦଳ ପକ୍ଷରୁ ବ୍ରହ୍ମ ଏକାକ୍ଷର ମେଳା

IMG-20250217-WA0053
Share

ବୁଗୁଡ଼ା:-ତା-୧୫-୦୨-୨୦୨୫ ମହାନ ସନାତନ ଧର୍ମ ର ପଚାର ପ୍ରସାର ସାଙ୍ଗକୁ ଜୀବ ମୁକ୍ତି ଓ ମାନବ ଜୀବନ ଦର୍ଶନର ଏ ଭବ୍ୟ ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ପ୍ରାଚୀନ ଆଠଗଡ଼ ରାଜ୍ଯର ଜିଲୁଣ୍ଡା ସ୍ଥିତ ମହାଲିଙ୍ଗେଶ୍ବର ମନ୍ଦିର ପରିସରରେ ଗଞ୍ଜା-ବ୍ରହ୍ମପୁର ମଣ୍ତଳର କଳକୀ୍ ସେନାବାହିନୀ ପକ୍ଷରୁ ସର୍ଦ୍ଦାର ଲିଙ୍ଗରାଜ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ରଦ୍ମ ଏକାକ୍ଷର ମେଳା ଓ ସନାତନୀ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ମହାଲିଙ୍ଗେଶ୍ବର ଶୈବପିଠରେ ଏକାକ୍ଷର ଯନ୍ତ୍ରସ୍ଥାପନ ପୁର୍ବକ ମେଳା ବହି ପଠନ କରା ଯାଇଥିଇ ଶ୍ରୀଜଗନ୍ନାଥ ତତ୍ତ୍ବ ସମ୍ପର୍କରେ ଆଲୋଚନା ହୋଇଥିଲା।ପ୍ରରମ୍ଭରେ ବୁଗୁଡ ବନାଞ୍ଚଳ ଅଧିକାରୀ ପ୍ରଦିପ କୁମାର ମିଶ୍ର ଉଦ୍ ଘାନ କରିଥିବା ବେଳେ ଅନ୍ୟ ତମ ପ୍ରବାଚକ ଭାବେ ସର୍ବଶ୍ରୀ ପଣ୍ଡିତ ଅନନ୍ତ କର, ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, କବି ସୌଦାମିନୀ ମିଶ୍ର, କବି ନନ୍ଦ କିଶୋର ପ୍ରଧାନ, ଗୁରୁ ବନବାସୀ ମହାରଣା, ବିରଞ୍ଚି ନାରାୟଣ ବେହରା, ପର୍ଶୁରାମ ପ୍ରଧାନ, ଖଲି ଗୌଡ, ଗଦେଇ ଜେନା, ସୁବାସ ଚନ୍ଦ୍ର ଚୌଧୁରୀ,ଗୁରୁମା ଝୁନୁଦାସ, ରୁନୁ ବିଷୋୟୀ, ସୁକାନ୍ତି ମହାନ୍ତି ପ୍ରମୁଖ ପ୍ରବଚନ ଦେଇ ଥିଲେ। କର୍ମକର୍ତ୍ତା ସର୍ବଶ୍ରୀ ସୁରେନ୍ଦ୍ର ନାଥ ସାହୁ, ହରିହର ସ୍ବାଇଁ, ଧୋବା ଅଚାର, ବିରଞ୍ଚି ବେହରା, ରାଜେନ୍ଦ୍ର ବିଷୋୟୀ, ଭୀମସେନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ଏହିଭଳି ଏକ ସଂଗଠନ ମାଳିକା ବର୍ଣ୍ଣିତ ଅଷ୍ଟସମ୍ଭୁ ପିଠର ମାହାତ୍ମ୍ଯ ବର୍ଣ୍ଣନାକୁ ପ୍ରଶଂସା କରାଯାଇ ଥିଲା।

**********