ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି ଯୁବମୋର୍ଚା ସଭାପତିଙ୍କ ସହ ୪ ଆହତ ଘଟଣା ସ୍ଥଳରେ ଉତେଜନା….

ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ନିମାପଡା ବିଧାୟକ ସମୀର ରଞ୍ଜନ ଦାସଙ୍କ ଗସ୍ତରେ ଏରବଙ୍ଗ ଗ୍ରାମପଞ୍ଚାୟତ ରେ ବିରୋଧ,ବିଜେପି କର୍ମୀ କଲେ କଳା ପତକା ପ୍ରଦର୍ଶନ । ଏହା ଦେଖି ଉତେଜିତ ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି ଯୁବମୋର୍ଚା ସଭାପତି ଶିବ ପ୍ରସାଦ ସ୍ୱାଇଁଙ୍କ ସହ ୪ କର୍ମୀ ଆହତ ହୋଇଛନ୍ତି,ଯୁବ ବିଜେଡି ସଭାପତି ମନଦୀପ ପାଇକରାୟ ଓ ଦେବାଶିଷ ସାହୁଙ୍କ ସହ କେତେକ କର୍ମୀ ଙ୍କ ଆକ୍ରମଣରେ ବିଜେପି କର୍ମୀମାନେ ଆହତ ହୋଇଛନ୍ତି ।ନିର୍ବାଚନ ପୂର୍ବରୁ ଏଭଳି ଘଟଣା ଗୋପ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି ।
ନିମାପଡା ନିର୍ବାଚନ ମଣ୍ଡଳୀରେ ଜିଲାପରିସଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିବା ପରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାସଙ୍କ ପାଇଁ ଅଡୁଆ ସାଜିଛି ।ବିଭିନ୍ନ ସମୟରେ ବିଧାୟକ ଶ୍ରୀ ଦାସଙ୍କୁ ବିରୋଧର ସମ୍ମୁଖିନ ହେଉଥିବା ବେଳେ ଆଜି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ବିଜେଡି କର୍ମୀମାନେ ହିଂସ୍ର ହୋଇ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ଏ ପରିକି ବିଜେଡି ଯୁବ ସଭାପତି ଓ ବରିଷ୍ଠ କର୍ମକର୍ତ୍ତା ମାନେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି ।ଅପର ପକ୍ଷେ ବିରୋଧ ସତ୍ତ୍ୱେ ଶ୍ରୀ ଦାସ କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଥିବା ବେଳେ ।ସ୍ଥାନୀୟ ଅଞ୍ଚଳରେ ଉତେଜନା ସୃଷ୍ଟି ହେଇଚି।ବେଗୁନିଆ-ନୟାହାଟ ରାସ୍ତାର ଏରବଙ୍ଗ ଗାଁ ରାସ୍ତାରେ ବିଜେପି କର୍ମୀ ମାନେ ଅବରୋଧ କରିଛନ୍ତି। ଶିବ ସ୍ୱାଇଁ ଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୁରୀ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଛି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)