November 22, 2024

ପୁଜାରୀ ଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ମିଳିଲା ମୁଖ୍ୟମନ୍ତ୍ରୀ ସମ୍ମାନ ପୁରସ୍କାର……..

Share

 

 

ଉମରକୋଟ – ଉମରକୋଟ ସହର ନିକଟସ୍ଥ ପୁଜାରୀ ଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ସମ୍ମାନ ପୁରସ୍କାର ରେ ସମ୍ମାନୀତ
କରଯାଇଛି। 2020- 21 ମସିହା ପାଈଁ ସ୍ୱଚ୍ଛତା ଓ ରୋଗୀ ସେବା ପାଇଁ ସମଗ୍ର ରାଜ୍ୟରେ ପୁଜାରୀ ଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ତୃତୀୟ ସ୍ଥାନ ହାସଲ କରିକି ଏହି ପୁରସ୍କାର ପାଇବାରେ ଯୋଗ୍ୟା ବିବେଚିତ ହେଇଛି। ଭୁବନେଶ୍ୱର ଠାରେ ରାଜ୍ୟ ସରକାର ଙ୍କ ସ୍ଵାସ୍ଥ୍ୟ ବିଭାଗ ପକ୍ଷ ରୁ ଲୋକ ସେବା ଭବନରେ ଆୟୋଜିତ ଉତ୍ସବ ରେ ଏହି ପୁରସ୍କାର ପ୍ରଦାନ କରା ଯାଇିଛି। ଏହି ଉତ୍ସବ ରେ ମୁଖ୍ୟମନ୍ତ୍ରୀ ନବିନ ପଟନାୟକ, ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସ୍ଵାସ୍ଥ୍ୟ ସଚିବ ସାଳିନି ପଣ୍ଡିତ ଉପସ୍ଥିତ ଥିଲେ। ପୁଜାରୀ ଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଡକ୍ଟର ପତିତ ପାବନ ଦ୍ବିବେଦୀ ଓ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଜଗନ୍ନାଥ ମିଶ୍ର ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଉଲ୍ଲେଖନୀୟ ଏହି କି ଯେ ଏହି ହସ୍ପିଟାଲ୍ କୁ ରାଜ୍ୟ ରେ ତୃତୀୟ ସ୍ଥାନ ରେ ପହଞ୍ଚିବ ପାଈଁ ପୂର୍ବତନ ମେଡ଼ିକାଲ ଅଫିସର ଡକ୍ଟର ଅଭୟ କୁମାର ଦେ ଙ୍କ ଅବଦାନ ଅତୁଳନୀୟ। ଉଲ୍ଲେଖନୀୟ ରୋଗୀ ସେବା ଓ ହସ୍ପିଟାଲ୍ ପରିସର ରେ ଥିବା ସ୍ୱଚ୍ଛତା ଆଣିବାରେ ଡକ୍ଟର ଦେ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କେନ୍ଦ୍ର ହେଉ କିମ୍ୱା ରାଜ୍ୟ ର ଯେ କୌଣସି ଉଚ୍ଚ ସ୍ତରୀୟ ଟିମ ନବରଙ୍ଗପୁର ଜିଲ୍ଲା ଆସିଲେ ପୁଜାରୀ ଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ରେ ଆସି ଥାଆନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)