March 10, 2026

ମୋହନlରେ ଉଦଘାଟିତ ହେଲା ଶୀତଳ ଭଣ୍ଡାର ପିଣ୍ଡିକି କୁ ଆଦର୍ଶ କୃଷି ଗ୍ରାମ ଘୋଷଣା, ଚାଷୀ ସ୍ବାବଲମ୍ବୀ ହେଲେ ଦେଶର ବିକାଶ ହେଵ- ଡ. ଚଟ୍ଟୋପଧ୍ୟାୟ…

313
Share


ମୋହନା,ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗଜପତି ଜିଲ୍ଲା ମୋହନାରେ ଉଦଘାଟିତ ହୋଇଛି ଶୀତଳ ଭଣ୍ଡାର l ସୋଆ ଦ୍ୱାରା ପ୍ରୋତ୍ସାହିତ ସୋଲିଡlରିଡାଡ ପରିଚାଳିତ ଏହି ଶୀତଳ ଭଣ୍ଡାର ଦ୍ୱାରା ପରିବା ଚାଷୀ ଉପକୃତ ହେବାର ଆଶା ରଖିଛନ୍ତି l ଏଥିସହ ପିଣ୍ଡିକି ଗ୍ରାମକୁ ଆଦର୍ଶ କୃଷି ଗ୍ରାମ ଘୋଷଣା କରାଯାଇଛି l ସୋଲିଡlରିଦlଡ ଦ୍ଵାରା ପରିଚାଳିତ, ଲାଇବଲ୍ହୁଡ ଅଲ୍ଟରନେଟିବ ଓ ହରଭଙ୍ଗି କୃଷି ଉତ୍ପାଦକ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ମୋହନା ଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ହୋଇଥିବାରୁ ଏହି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ନହେଲେ ବି ଏକ ବେସରକାରୀ ସଂସ୍ଥା ଏହା କରିବା ଦ୍ଵାରା ଚାଷୀମାନେ ଉପକୃତ ହେବେ। ମୋହନା ବ୍ଲକର ଚାଷୀ ମାନେ ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି l ହେଲେ କୋୖଣସି ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ ତାର ଅମଳ ଫସଲକୁ ଶାଗ ମାଛ ଦରରେ ବିକ୍ରୀ କରିବା ପାଇଁଁ ବାଧ୍ୟ ହେଉଥିଲେ। ଅନେକ ସମୟରେ ପନି ପରିବା ପଚି ଶଢ଼ୀ ନଷ୍ଟ ହେଉଥିଲା l ଫଳରେ ଚାଷୀ କ୍ଷତି ସହୁଥିବା ବେଳେ ବ୍ୟବସାୟୀ ମାଲାମାଲ ହେଉଥିଲେ। ବର୍ତମାନ ଏହି ଶୀତଳ ଭଣ୍ଡାର ଦ୍ୱାରା ଚାଷୀ ଉତ୍ପାଦିତ ଫସଲକୁ ସୁରକ୍ଷିତ ରଖି ପାରିବେ । ଏହି କାର୍ଯ୍ୟକ୍ରମରେ ସଲିଡାରିଡାଡ଼ ର ପରିଚାଳନା ନିର୍ଦେଶକ ଡ.ସତlଦ୍ରୁ ଚଟୋପାଧ୍ୟାୟ ଯୋଗଦେଇ ଚାଷୀ ମାନଙ୍କୁ ପଂଚତନ୍ତ୍ରର ମନ୍ତ୍ର ଦେଇଥିଲେ l ଏହି ଶୀତଳ ଭଣ୍ଡାର ପ୍ରଥମେ ଗୋଟିଏ ବ୍ଳକ ରେ ଆରମ୍ଭ ହୋଇଛି , ପରବର୍ତୀ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି l ଚାଷୀ ଓ ଚାଷର ବିକାଶ ପାଇଁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି l କାରଣ ଚାଷୀ ସ୍ବାବଲମ୍ବୀ ହେଲେ ଦେଶର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି l ସେହିପରି ଲାଇବଲହୁଡ ଆଲ୍ଟରନେଟିବ ନିର୍ଦେଶକ ସମ୍ବିତ ତ୍ରିପାଠୀ ଯୋଗଦେଇ ଏହି ଶୀତଳ ଭଣ୍ଡାର ଦ୍ୱାରା ଚାଷୀ ଉପକୃତ ହେବା ସହ ନିଜ କଷ୍ଟ ଉପାର୍ଜିତ ଫସଲକୁ ସୁରକ୍ଷିତ ରଖି ପାରିବେ ବୋଲି କହିଛନ୍ତି l ଏଥିସହ ସେମାନେ ଉଚିତ ମୂଲ୍ୟ ପାଇବେ ବୋଲି ସେ କହିଛନ୍ତି l ଶୀତଳ ଭଣ୍ଡାରରେ କମ୍ ମୂଲ୍ୟରେ ଚାଷୀ ନିଜର ଉତ୍ପାଦିତ ଫସଲ ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଇଛି l ତେଣୁ ଚାଷୀ ମାନେ ଏହାକୁ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି l ଶୀତଳ ଭଣ୍ଡାର ଉଦଘାଟନ ପରେ ମୋହନା ବ୍ଳକର ପିଣ୍ଡିକି ଗାଁକୁ ଯାଇ ସୋଲିଡlରିଡାଡ ପକ୍ଷରୁ ଆଦର୍ଶ କୃଷି ଗ୍ରାମ ଘୋଷଣା କରାଯାଇଛି l ଏଥିସହ ପିଣ୍ଡିକି ଗ୍ରାମବାସୀଙ୍କ ସହ ବିଭିନ୍ନ ଚାଷ ସମ୍ବନ୍ଧରେ ଆଲୋଚନା କରିଛନ୍ତି ଅଧିକାରୀ ମାନେ l ଗ୍ରାମର ବିଭିନ୍ନ ପରିବା କ୍ଷେତ ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଥିଲେ l ଚାଷର ପଂଚତନ୍ତ୍ର ସୂତ୍ରୀ ଦ୍ୱାରା କିଭଳି ଭଲ ଫସଲ ଅମଳ ହୋଇପାରିବ ସେ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ l ଏହି ଶୀତଳ ଭଣ୍ଡାର ହେବାଦ୍ବାରା ବହୁତ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଚାଷୀ l ପୂର୍ବରୁ ଉତ୍ପାଦିତ ପରିବା ଗୁଡିକୁ ଘରେ ରଖିବା ଦ୍ୱାରା ପଚି ଶଢ଼ୀ ନଷ୍ଟ ହୋଇଯାଉଥିଲା l ଫଳରେ ବହୁତ କ୍ଷତି ସହିବାକୁ ପଡୁଥିଲା l ଏବେ ଏହି ଶୀତଳ ଭଣ୍ଡର ସେମାନଙ୍କ ଉତ୍ପାଦିତ ଫସଲକୁ ସୁରକ୍ଷିତ ରଖି ପାରିବେ ବୋଲି ସ୍ଥାନୀୟ ଚାଷୀ କହିଛନ୍ତି l କୃଷି ଓ କୃଷକର ବିକାଶ ପାଇଁ ସରକାର ବହୁ ଯୋଜନା କରୁଥିବା ବେଳେ ଏକ ସଂସ୍ଥା ମାଧ୍ୟମରେ ଏହାର ସଫଳ ରୂପାୟନ ପାଇଁ ଚେଷ୍ଟା କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା l ଏହି କାର୍ଯ୍ୟକ୍ରମରେ ସୋଲିଡ଼lରିଦାଡର ରାଜ୍ୟ ପରିଚlଳନl ନିର୍ଦ୍ଦେଶକ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ, ଲାଇବଲହୁଡ କାର୍ଯ୍ୟକ୍ରମ ଅଧିକାରୀ ରତ୍ନାକର ପାଣିଗ୍ରାହୀ, ମୂଖ୍ୟ ଜଳସମ୍ପଦ ଅଧିକାରୀ ପ୍ରଶାନ୍ତ ପାସ୍ତରାଇ ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ମୋହନା ହରଭଙ୍ଗୀ କୃଷି ଉତ୍ପାଦକ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ଚୌଧୁରୀ ପରିଚlଳନl କରିଥିବା ଯୁବ ସଂଗଠକ ଜିତେନ୍ଦ୍ର ବେହେରା, କୈଳାସ ବିଷୋୟୀ, ଦିଲୀପ ପାତ୍ର, ରବିନ୍ଦ୍ର ଗମାଙ୍ଗ, ବାଲ୍ମୀକି ବେହେରଦଳାଇ, ଧର୍ମେନ୍ଦ୍ର ମଲ୍ଲିକ , ଶୁଶାନ୍ତ ଖେମୁଣ୍ଡୁ, ଶାନ୍ତିଲତା ଦଣ୍ଡସେନା, ଅମିତ ମଲ୍ଲିକ ପ୍ରମୁଖ ସହଯୋଗ କରିଛନ୍ତି l