ଘାଟିପାରି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
କୁକୁଡ଼ାଖଣ୍ତି ବ୍ଲକ୍ ଅନ୍ତର୍ଗତ ବାଲିପଡା ଘାଟିପାରି ସରକାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିରଣ କୁମାର ମିଶ୍ରଙ୍କ ସଭାପତିତ୍ବରେ ଗୁରୁବାର ଦିନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୃସିଂହ ଚରଣ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି ଯୋଗଦେଇ ସରକାରୀ ବିଦ୍ୟାଳୟରେ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ ଘଟୁଛି କହିବା ସହ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଯତ୍ନବାନ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ। ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଝିଲି ସେଠୀ, ୮ନଂ ଜିଲ୍ଲା ପରିଷଦ ସଭ୍ୟା ଶିବାନୀ ସେଠୀ,ସମିତି ସଭ୍ୟା ପ୍ରତିମା ମଲ୍ଲିକ, ପୁରାତନ ଛାତ୍ର ସଂସଦ ସମ୍ପାଦକ ସଞ୍ଜୟ କୁମାର ପାଣିଗ୍ରାହୀ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବାବୁଲା ସାହୁ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷା ବିଶ୍ୱନାଥ ମହାଙ୍କୁଡା ଓ ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋତି କୁମାରୀ ପଣ୍ଡାଙ୍କ ସ୍ୱାଗତ ସମ୍ବନ୍ଧିତ କରିଥିଲେ। ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତିରେ ରାଜେନ୍ଦ୍ର କୁମାର ମିଶ୍ରଙ୍କ ଅତିଥି ମାନେଙ୍କ ଦ୍ଵାରା ପୁରସ୍କୃତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା। ପ୍ରମୋଦ କୁମାର ପାଢ଼ୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ