April 24, 2026

ଏସ ୟୁ ଜେ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260117-WA0005
Share

 

ଜଗତସିଂହପୁର

 

ରାଜ୍ୟ ସାମ୍ବାଦିକ ସଂଘ ଓଡିଶା, ଜଗତସିଂହପୁର ଜ଼ିଲ୍ଲା ଶାଖା ପକ୍ଷରୁ ରଘୁନାଥପୁର ସ୍ଥିତ ଧଲତଙ୍ଗଗଡ଼ ଠାରେ ଏସ ୟୁ ଜେ ର ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଜ଼ିଲ୍ଲା ସଭାପତି ପ୍ରଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱ ରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା ଜଗତସିଂହପୁର ଜ଼ିଲ୍ଲା ରେ ଏସ ୟୁ ଜେ ସଂଗଠନ ର ଅଭିବୃଦ୍ଧି ନିମନ୍ତେ ପ୍ରତିମାସ ରେ ସମସ୍ତ ବ୍ଲକ କମିଟି ର ସଭାପତି, ସମ୍ପାଦକମାନେ ସାଙ୍ଗଠନିକ ବୈଠକ ର ଆୟୋଜନ କରିବା ସହିତ ବିଭିନ୍ନ ବ୍ଲକ ରେ ଉପୁଜୁଥିବା ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦିଆଯିବ | ଜ଼ିଲ୍ଲା ଶାଖା କମିଟିକୁ ଖୁବ ଶୀଘ୍ର ପଞ୍ଜିକରଣ କରାଯାଇ ସଭ୍ୟ ସଂଖ୍ୟା ବୃଦ୍ଧି କରାଯିବ | ଆସନ୍ତା ମାର୍ଚ୍ଚ ମାସରେ ଜ଼ିଲ୍ଲା ସଦର ମହକୁମାରେ ଏସ ୟୁ ଜେ ର କାର୍ଯ୍ୟାଳୟ ଉଦଘାଟନ କରାଯିବା ସହିତ ସଂଗଠନ ର ବରିଷ୍ଟ ସଦସ୍ୟ ମାନଙ୍କୁ ନେଇ କଲ୍ୟାଣ ପାଣ୍ଠି ଗଠନ କରାଯିବାକୁ ବୈଠକ ରେ ସ୍ଥିର କରାଗଲା | ଚଳିତ ବର୍ଷ ରେ ଏସ ୟୁ ଜେ କୁ ଜ଼ିଲ୍ଲା ରେ ଏକ ବୃହତ ସଂଗଠନ ଭାବେ ଗଢି ତୋଳିବାକୁ ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ତପନ ରାଉତରାୟ ଏବଂ ଜ଼ିଲ୍ଲା ସଂଗଠନ ସମ୍ପାଦକ ଜମେଶ ଚନ୍ଦ୍ର ଗଛାୟତ ଉପସ୍ଥିତ ସଭ୍ୟମାନେ ଉଦ୍ୟମ ଜାରିରଖିବେ ବୋଲି ଶପଥ ନେଇଥିଲେ |ଏହି ସାଙ୍ଗଠନିକ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ରଘୁନାଥପୁର ବ୍ଲକ ସଭାପତି କଲ୍ୟାଣ ସେନ, ସମ୍ପାଦକ ଧନଞ୍ଜୟ ମଲ୍ଲିକ, ରଞ୍ଜନ ଲେଙ୍କା ତିର୍ତୋଲ ବ୍ଲକ ସଭାପତି ଶରତ ଦାସ, ସମ୍ପାଦକ ପ୍ରସଂଜିତ ଦାଶ, କୁଜଙ୍ଗ ବ୍ଲକ ସଭାପତି ବାବୁଲି ଦାସ, ପ୍ରଳୟ ମହାପାତ୍ର, ବାଲିକୁଦା ବ୍ଲକ ସଭାପତି ଗଣେଶ ସ୍ୱାଇଁ, ସମ୍ପାଦକ ଶିବଦତ୍ତ ଭାରତୀ, ଅମିୟ ବେହେରା, ସଞ୍ଜୟ ଭାରତୀ ନାଉଗାଁ ବ୍ଲକ ସଭାପତି ମାନସ ସ୍ୱାଇଁ ପ୍ରମୁଖ ଯୋଗଦେଇଥିବା ବେଳେ ଜ଼ିଲ୍ଲାକମିଟି ସଦସ୍ୟ ପ୍ରଭାତ ମହାନ୍ତି, ଅକ୍ଷୟ କୁମାର ଦାସ, ଅନୁପ ମହାନ୍ତି, ଜ୍ୟୋତି ପ୍ରକାଶ ନାୟକ, ସାରଦା ଦାସ ଈଶ୍ୱର ଦାସ, ମାନସ ରଞ୍ଜନ ସ୍ୱାଇଁ,ପ୍ରମୁଖ ସତୁରୀରୁ ଉର୍ଦ୍ଧ କର୍ମକର୍ତା ଯୋଗଦେଇଥିଲେ |

You may have missed