May 14, 2026

ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ପଦବୀ ପାଇଁ ତିର୍ତ୍ତୋଲ ର ବିଜୟ କୁମାର ଦାଶ ଙ୍କ ଚର୍ଚ୍ଚା ସର୍ବାଗ୍ରେ !!

IMG-20250117-WA0048
Share

 

ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାରେ ନୂତନ ସଭାପତି ପଦବୀ ପାଇଁ ଜୋରଦାର ଧରିଛି ପ୍ରତିଯୋଗିତା !ସଭାପତି ଭାବେ ଶ୍ରୀଯୁକ୍ତ ସତ୍ୟବ୍ରତ ମହାପାତ୍ରଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବାକୁ ବସିଥିବା ବେଳେ, ନୂତନ ସଭାପତି ଚୟନ ପାଇଁ ଏକାଧିକ ନାମ ଆସୁଥିଲେ ମଧ୍ୟ ସର୍ବାଗ୍ରେ ଚର୍ଚ୍ଚାରେ ରହୁଛି ବରିଷ୍ଠ ବିଜେପି ନେତା ବିଜୟ କୁମାର ଦାଶ ଙ୍କ ନାମ !ଶ୍ରୀଯୁକ୍ତ ଦାଶ ଦୀର୍ଘ ୩୦ ବର୍ଷ ଧରି ପଞ୍ଚାୟତ ସଭାପତି, ମଣ୍ଡଳ ସଭାପତି,ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ରେ ରହି ଦାୟିତ୍ୱ ନିର୍ବାହ କରି ଆସିଛନ୍ତି ବୋଲି ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଅବଗତ ଅଛନ୍ତି ବୋଲି ଶ୍ରୀଯୁକ୍ତ ଦାଶ ମତ ରଖିଛନ୍ତି !ବିଜେପି ଦଳୀୟ ସଂଗଠନ କୁ ମଜଭୁତ କରିବାକୁ ଶ୍ରୀଯୁକ୍ତ ଦାଶ ଙ୍କର ଅଭିଜ୍ଞତା ସଠିକ ଦିଗଦର୍ଶନ ଦେଇପାରିବ ବୋଲି ବିଜେପି ମହଲରେ ଚର୍ଚ୍ଚା ହେଉ ଥିବାର ଶୁଣିବାକୁ ମିଳୁଛି !!

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଖବର  !!