May 22, 2025

ଉମରକୋଟ ବ୍ଲକ ଅଧିନସ୍ଥ ବୁର୍ଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ…..

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ୍ ଅଧିନସ୍ଥ ବୁର୍ଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚଳିତ ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସର୍ବମୋଟ ୨୪ଟି ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଦୀପକ ମଣ୍ଡଲ, ନଳିନୀପ୍ରଭା ପରିଡ଼ା, ଦୀପ୍ତି ମଲ୍ଲିକ, ଅମିତା ଭତ୍ରା, ରାଣୀ ପଟ୍ଟନାୟକ, ମଧୁସ୍ମିତା ଦାସ, ହିନାମୟୀ ଦାସ, ଶିଳ୍ପୀ ସଂଗୀତା ମଲିକ ଓ ଅନିତା ପାତ୍ର ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ହିମାଂଶୁ ଆଚାରୀ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ମାନେ ଏଥିରେ ସହଯୋଗ କରିଥିଲେ ।