May 11, 2026
IMG-20250117-WA0040
Share

    ଜଳି ପାଉଁଶ ହୋଇଗଲା ବାସଗୃହ। ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର ଶୁଭେ ଲୋକମାନେ ଧାଇଁ ଆସିଲା ବେଳକୁ ସବୁ କିଛି ପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା,ଆମେ କହୁଛୁ ପ୍ରଶାନ୍ତ ବାରିକଙ୍କ କଥା,ବଣିତୋ ପଞ୍ଚାୟତ ମଠସାହି ଗ୍ରାମର ପ୍ରଶାନ୍ତ ବାରିକି ଜଣେ ନିହାତି ଗରିବ ନିଜର ଗୁଜୁରାଣ ମେଣ୍ଟେଇବା ଦୁଇ ପ୍ରାଣୀ କୁ ପ୍ରତି ପୋଷଣ ପାଇଁ ପର ସେଲୁନୁ ଯାଇ କାମ କରନ୍ତି ,ବଡ଼ ଦୁଃଖ ପରିତାପର ବିଷୟ 16ତାରିଖ ରାତି 10ଟା ସମୟରେ ଏଲେକ୍ଟ୍ରି ସଟସର୍କିଟ ଯୋଗୁଁ ଚାଳ ଘର ସହ ସବୁ ଆସବା ପତ୍ର ଖାଦ୍ୟପେୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି,ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଗ୍ନିକୁ ଆୟତ କରିଥିଲା ସତ ହେଲେ ସେତେବେଳକୁ ଅଗ୍ନି ରୂପକ ରାକ୍ଷସ ସବୁ କିଛି ଗ୍ରାସ କରିସାରିଥି ଲା ନିରାଶ୍ରୟ ଲୋକଟି ତାର ଛୋଟ ପରିବାରକୁ ନେଇ ରହିବ କୋଉଠି ଖାଇବ କଣ,ସରକାରଙ୍କ ପାଖରେ ସେ ଚିର ନତମସ୍ତକ ଯଦି ସରକାରଙ୍କ ତରଫରୁ କିଛି ସହଯୋଗ ସହାନୁଭୂତି ମିଳନ୍ତା ସେ ନିସହାୟ ଗରିବ ପରିବାର ଟି ବଞ୍ଚିଯାଆନ୍ତା ଜଗତସିଂହପୁର (କୁଜଙ୍ଗ ରୁ ଶାରଦା ପ୍ରସନ୍ନ ପରିଜାଙ୍କ ରିପୋର୍ଟ)