May 11, 2026

ରାଜ୍ୟ ଖାଦ୍ୟ କମିଶନ ସଦସ୍ୟଙ୍କ କୋଲନରା ବ୍ଲକ ଗସ୍ତ

IMG-20250117-WA0022
Share

କୋଲନରା:( ସଂଜୀବ କଣ୍ଡାଗରୀ ) :- ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଗସ୍ତରେ ଆଜି ଫୁଡ଼ କମିଶନ ଓଡିଶା ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ ଓ ଅକ୍ଷୟ କୁମାର ବେହେରା ଆସି ପହଞ୍ଚି ଥିଲେ। ପ୍ରଥମେ ଭୁଜବଳ ଅଙ୍ଗନ ବାଡ଼ି କେନ୍ଦ୍ର ଓ ଭୁଜବଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହାପରେ ମୁକୁନ୍ଦପୁର ଯାଇ ମୁକୁନ୍ଦପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଛତୁଆ ପ୍ରସ୍ତୁତ କେନ୍ଦ୍ର ଓ ଏକ / ଦୁଇ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ। ମୁକୁନ୍ଦପୁର ପଞ୍ଚାୟତ ରେ ଚାଉଳ ବଣ୍ଟନ, କୈଳାଶପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ବିଦ୍ୟାଳୟ ପରିବେଶ, ରନ୍ଧନ ପ୍ରକ୍ରିୟା, ଚାଉଳ ମାନ, ପରିଷ୍କାର ପରିଛନତା ଓ ଶ୍ରେଣୀଗୃହ ବୁଲି ଦେଖିଥିଲେ। ଏହା ସହିତ ବିଦ୍ୟାଳୟରେ ଖାଦ୍ୟପ୍ରସ୍ତୁତ କରୁଥିବା ଏସ ଏଚ ଜି ସଦସ୍ୟାଙ୍କ ସହ ଆଲୋଚନା କରୁଥିଲେ। ଏହା ସହିତ ଉପସ୍ଥାନ ଖାତା ଓ ଅନ୍ୟ ନଥିପତ୍ର ମାଗି ଦେଖିଥିଲେ। ପରେ କୋଲନରା ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ ରେ ଚାଉଳ ବଣ୍ଟନ ଆଦି ଦେଖିବା ପରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ରିଭ୍ୟୁ ବୈଠକ କରିଥିଲେ। ଏହି ଟିମ ସହିତ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଏ ଡି ଡବ୍ଲ୍ୟୁ ଓ ମଳୟ କୁମାର ଚିନାରା, ଏ ଡିଇଓ ଭଜନ ଲାଲ ମାଝୀ, ବିଡ଼ିଓ ରୀନା ପ୍ରଧାନ, ସିଡିପିଓ ବିଜୟ ଲକ୍ଷ୍ମୀ ନିଷଙ୍କ, ବିଇଓ ମଞ୍ଜୁଲତା ଜେନା, ଏ ବିଇଓ ପିତୃଦେବ ବିଡ଼ିକା, ଡବ୍ଲ୍ୟୁ ଇଓ ଦେବାଶିଷ ମୁଣ୍ଡ, ଏମ ଆଇ ଅନୀଲ କୁମାର ଗମାଙ୍ଗ, ଆଇଟିଡିଏ ଯନ୍ତ୍ରୀ ଅଶୋକ କୁମାର ସେଠୀ, ସମ୍ପୃକ୍ତ ପଞ୍ଚାୟତ ସରପଞ୍ଚ, ପିଇଓ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ କ୍ଷେତ୍ର ପରିଦର୍ଶନ ବେଳେ ଉପସ୍ଥିତ ଥିଲେ।