May 14, 2026

ପ୍ରତିଶ୍ରୁତି ପୂରଣ ଦିଗରେ ଆଉ ଏକ ବଡ ପଦକ୍ଷେପ !

IMG-20250117-WA0004
Share

ମୟୂରଭଞ୍ଜ ( ଦେବାଶିଷ ଦାଶ )

ଲୋକଙ୍କ ସରକାରରେ ସୁନିଶ୍ଚିତ ହେଉଛି ସାମାଜିକ ସୁରକ୍ଷା l

୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକ ଏବଂ ୮୦ ପ୍ରତିଶତରୁ କମ୍ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଉଭୟ ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ସାମାଜିକ ସୁରକ୍ଷା ଭତ୍ତାକୁ ୧୨୦୦ ଟଙ୍କା ରୁ ୩,୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର l

ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ସ୍ଥିତ ଶହୀଦ ସ୍ମୃତି ଭବନ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସାମାଜିକ ସୁରକ୍ଷା ଭତ୍ତା ବିତରଣ ସମାରୋହରେ ଯୋଗଦେଇ ବରିଷ୍ଠ ଏବଂ ଭିନ୍ନକ୍ଷମ ନାଗରିକ ମାନଙ୍କୁ ୩,୫୦୦ ଟଙ୍କା ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରିଲି l ଏହାଦ୍ୱାରା ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଶ୍ରେଣୀର ଲୋକମାନଙ୍କର ସାମାଜିକ ଚଳଣି ଓ ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିବ l ଏଥିରେ ରାଜ୍ୟରେ ପାଖାପାଖି ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ l

ଏହି ଅବସରରେ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କୁ ବ୍ୟାଟେରୀ ଚାଳିତ ଅଟୋ ରିକ୍ସା ପ୍ରଦାନ କରିଲେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ Dr କୃଷ୍ଣଚନ୍ଦ୍ର ମହାପାତ୍ର। l ଏହା ସେମାନଙ୍କୁ ସଶକ୍ତ ତଥା ସ୍ୱାବଲମ୍ବୀ କରିବାରେ ସହାୟକ ହେବ l