April 2, 2025

ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗିତା -ମୋ ଭାରତ ବିକଷିତ ଭାରତ….

Share

 

 

ଗଞ୍ଜାମ :ଯୁବ ବ୍ୟାପାର କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଗଞ୍ଜାମ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥକ୍ଳବ ଅନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଦିଗଦର୍ଶନ ଅନୁଷ୍ଠାନ ର ପ୍ରତିଷ୍ଟାତା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରେ ମୋ ଭାରତ ବିକଶିତ ଭାରତ ସମ୍ପର୍କରେ ପ୍ରତିଯୋଗୀ ମାନେ ବକ୍ତବ୍ୟ
ରଖିଥିଲେ l ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ ଏହାର ଶୁଭ ଉଦଘାଟନ କରିବା ସହ ବିକଶିତ ଭାରତ କ୍ଷେତ୍ରରେ ଯୁବ ସମାଜ ର ଭୂମିକା ସମ୍ପକରେ ବକ୍ତବ୍ୟ ପ୍ରଦାନ ରଖିଥିଲେ l ମୁଖ୍ୟବକ୍ତା ଗଞ୍ଜାମ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ଡ଼. ଲୋକନାଥ ମିଶ୍ର,ଯଶୋଦା ଡିଗ୍ରୀ ମହାବିଦ୍ୟାଳୟ
ଅଧକ୍ଷା ଲିପିକା ଦାଶ, ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ l ଦିଗଦର୍ଶନ ଅନୁଷ୍ଠାନର ସଭାପତି ଉମାକାନ୍ତ ବେହେରା ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ପିତା ପଣ୍ଡା ପ୍ରଥମ, ଆର. ଧବଳେଶ୍ୱର ରେଡି, ଦ୍ୱିତୀୟ, ଅରର୍ଶ୍ମୀତା ମହାରଣା ଓ ରଶ୍ମୀ ରଞ୍ଜନ ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ l ପ୍ରଥମ ସ୍ଥାନ ଅଧିକାର କରିଥିବା ଅର୍ପିତା ପଣ୍ଡା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି lଉପସଭାପତି ରାକେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ସହ ସମ୍ପାଦକ ସୁଦର୍ଶନ ପାଢ଼ୀ, ସୁନିଲ କୁମାର ବେହେରା, ନେହେରୁ ଯୁବକେନ୍ଦ୍ର ବ୍ଲକ ସଂଯୋଜିକା ସୁଶ୍ରୀ ଵିଷ୍ଣୁପ୍ରିୟା, ମହାପ୍ରସାଦ ମହାପାତ୍ର ପ୍ରମୁଖ ଅନୁଷ୍ଠାନ ର ସଦସ୍ୟ, ସଦସ୍ୟା ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ lଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା l(ପ୍ରଦୀପ କୁମାର ପଣ୍ଡା)