March 7, 2026

ରାହାମା କଲେଜରେ ନାମାଚାର୍ଯ୍ୟ ଶ୍ରୀମଦ ବାୟା ବାବାଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ.. 

IMG-20251216-WA0079
Share

ରାହାମା /କୁଜଙ୍ଗ ତା :16/12/2025*ଜଗତସିଂହପୁର ଜିଲ୍ଲାର ସାରଳା ମହାବିଦ୍ୟାଳୟ ରାହାମା ପରିସରରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବା ଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଅଛି। ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବା ଙ୍କ ପରମ ଶିଷ୍ୟ ବାବାଜୀ ଶ୍ରୀ ବିପିନ ବିହାରୀ ଦାସ କଳ୍ପତରୁ ଆଶ୍ରମ ଜାତୀୟ ମୁଖ୍ୟ ତଥା ନୀଳାଞ୍ଚଳ ମାଧୁରୀ ସମ୍ପାଦକ ଙ୍କ କର କମଳରେ ଉଦଘାଟନ କରାଯାଇଥିଲା। ନାମା ଚାର୍ଯ୍ୟ ଶ୍ରୀମଦ ବାୟାବାବା ଙ୍କ ଅଜ୍ଞାମାଳ ଓ ଧଣ୍ଡା ତୁଳସୀ ଦ୍ୱାରା ସାରଳା ମହାବିଦ୍ୟାଳୟ ରାହାମାର 1977 ମସିହା ପବିତ୍ର ଧନୁ ସଂକ୍ରାନ୍ତି ଦିନ ଭିର୍ତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଦିବସକୁ ମନେ ରଖିବା ପାଇଁ ଆଜକୁ 48ବର୍ଷ ଧରି ଧନୁ ସଂକ୍ରାନ୍ତି ଦିନ ମହାବିଦ୍ୟାଳୟ ରେ ଅଷ୍ଟପ୍ରହର ନାମଯଜ୍ଞ କରାଯାଇ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଆସୁଅଛି,ରିପୋର୍ଟ ଶାରଦା ପ୍ରସନ୍ନ ପରିଜା,