ବୋଲଗଡ ଥାନାରେ ଯୋଗ ଦେଲେ ନୂତନ ଅଧିକାରୀ..

ବୋଲଗଡ଼,୧୬/୧୨(ଉପାନ୍ତ ଖବର):ବୋଲଗଡ଼ ଥାନାରେ ଯୋଗଦେଇଛନ୍ତି ନୂତନ ଥାନା ଅଧିକାରୀ ସୁକାନ୍ତ କୁମାର ଦଳେଇ। ସେ ଏହା ପୂର୍ବରୁ ଖୋର୍ଦ୍ଧା ମୁଖ୍ୟ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଅପରାଧ ଓ ସାଇବର ୟୁନିଟରେ କାର୍ଯ୍ୟରତ ଥିଲେ । ଏଠାରେ ପୂର୍ବରୁ ଅଧିକାରୀ ଥିବା ସ୍ନିଗ୍ଧା ମୟୀ ବରାଳ ଖୋର୍ଦ୍ଧା ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ନୂତନ ଥାନା ଅଧିକାରୀ ଶ୍ରୀଦଳେଇଙ୍କୁ ବୋଲଗଡ଼ କାର୍ଯ୍ୟରତ ସାମ୍ବାଦିକ ସଭାପତି ନିରଞ୍ଜନ ନାୟକ, ଉପସଭାପତି ଅବଦୁଲ ଖଲିକ ଖାଁ,ସମ୍ପାଦକ ସତ୍ୟନାରାୟଣ ବାରିକ, ସହ ସମ୍ପାଦକ ନିରଞ୍ଜନ ସେଠୀ, ଉପଦେଷ୍ଟା ପ୍ରଫୁଲ ସିଂହ, ଦିପକ କୁମାର ପାହାଡ଼ସିଂହ,କୋଷାଧକ୍ଷ ଅଶୋକ ପ୍ରଧାନ ସମେତ ବହୁ ସାମ୍ବାଦିକ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ବୋଲ ଗଡ଼ ଥାନା ଅଞ୍ଚଳରେ ବେଆଇନି ଗୋଚାଲାଣ, ଅବାଧ ନିଶା କାରବାର,ଚୋରାମଦ କାରବାର,ଆଇନିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି ମତ୍ତ ପ୍ରକାଶ କରିଥିଲେ। ସେ ସଦା ସର୍ବଦା ଲୋକ ମାନଙ୍କ ପାଇଁ କାମ କରି ବୋଲଗଡ ପାଇଁ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରୟାସ କରିବେ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ଦଳେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିକଟରେ କହିଛନ୍ତି l
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
