March 8, 2026

ମୋରଡା ଆଦର୍ଶ ବିଦ୍ୟାଳୟର ନୂତନ ବାଳିକା ହଷ୍ଟେଲର ଉଦଘାଟନ କଲେ ମନ୍ତ୍ରୀ 

IMG-20251216-WA0053
Share

 

 

 

ମୋରଡା – ବିଭୁତି ରାଉତ୍ ଙ୍କ ରିପୋର୍ଟ – ମୟୂରଭଞ୍ଜ ଜିଲ୍ଲା ମୋରଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନୂତନ ବାଳିକା ହଷ୍ଟେଲର ଉଦଘାଟନ ଉତ୍ସବ ଆଜି ସୋମବାର ଅପରାହ୍ନ ୨ଟାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋରଡା ବିଧାୟକ ତଥା ଗୃହ ଓ଼ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ପ୍ୟାରେଡ ଯୋଗେ ମନ୍ତ୍ରୀ ମହାପାତ୍ରଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ଆନୁଷ୍ଠାନିକ ଭାବେ ଫିତା କାଟି ବାଳିକା ହଷ୍ଟେଲର ଉଦଘାଟନ କରିଥିଲେ ମନ୍ତ୍ରୀ । ଏଥି ସହିତ ମନ୍ତ୍ରୀ ମହାପାତ୍ର ହଷ୍ଟେଲ ପରିସର ବୁଲି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧକ୍ଷ ସଂଗ୍ରାମ କେଶରୀ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ସଭା କାର୍ଯ୍ୟରେ ମନ୍ତ୍ରୀ ମହାପାତ୍ରଙ୍କ ସହିତ ମୁଖ୍ୟ ବକ୍ତା ଭାବେ ବିଡ଼ିଓ ଅଣାକର ନାଏକ, ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଉପଜିଲ୍ଲାପାଳ ରଜନୀକାନ୍ତ ବିଶ୍ୱାଳ, ରାମଚନ୍ଦ୍ର ସୋରେନ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଅତିଥିଗଣ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।