April 27, 2026

କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଶ୍ରୀ ସଦାଶିବ ପରିସର ର ଜୟଦେବ ସଭାଗାରରେ ଅଥର୍ସ ଗିଲ୍ଡ ଅଫ ଇଣ୍ଡିଆ ଏବଂ The Indian Reprographic Rights Organisation ତଥା କେନ୍ଦ୍ରୀୟ ସଂସ୍କୃତ

IMG-20251116-WA0072
Share

ତା -୧୫.୧୧୧.୨୫ ରିଖ ରୁ ୧୬.୧୧.୨୫ ରିଖ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଶ୍ରୀ ସଦାଶିବ ପରିସର ର ଜୟଦେବ ସଭାଗାରରେ ଅଥର୍ସ ଗିଲ୍ଡ ଅଫ ଇଣ୍ଡିଆ ଏବଂ The Indian Reprographic Rights Organisation ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଭାରତୀୟ ଭାଷା ସାହିତ୍ୟର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀସଦାଶିବ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଉଦ୍ଘାଟନ କରିଥିଲେ । ନ୍ଯାସନାଲ୍ ବୁକ୍ ଟ୍ରଷ୍ଟର ପ୍ରାକ୍ତନ ନିର୍ଦ୍ଦେଶକ ଶ୍ରୀମାନସ ରଞ୍ଜନ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ବିରେନ୍ଦ୍ର ମହାନ୍ତି ଯୋଗ ଦେଇ ପୁସ୍ତକ ରଚନା ର ମହତ୍ତ୍ଵ ଓ ସମାଜରେ ଏହାର ଉପଯୋଗୀତା ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ଭାଷାରେ ରଚନା କରାଯାଇଥିବା ପୁସ୍ତକ ଗୁଡ଼ିକ ଉନ୍ମୋଚିତ ହୋଇଥିଲା ଦ୍ୱିତୀୟ ଅଧିବେଶନ ରେ ଆଲୋଚନାଚକ୍ର ଆରମ୍ଭ ହୋଇଥିଲା ଆଲୋଚକ ଭାବେ ଡ଼ଃ. ଅଶୋକ ଗୁପ୍ତା ସଭାପତି ହରି ସିଂ ପାଲ୍ Dr. SS Awasthy

Deputy Chairman RRO ଉପସ୍ଥିତ ରହି ବିଭିନ୍ନ ଭାଷା ସାହିତ୍ୟ ସମ୍ବନ୍ଧ ଆଲୋଚନା କରିଥିଲେ। ତୃତୀୟ ଅଧିବେଶନରେ ଅନୁବାଦ ସାହିତ୍ୟର ବିଭିନ୍ନ ବିଭବ ସମ୍ପର୍କ ରେ ଆଲୋଚନା କରିବା ସହିତ ଅନୁବାଦ ଦ୍ଵାରା ଅନ୍ୟ ସଂସ୍କୃତି କୁ ଜାଣିବାର ସୁଯୋଗ ମିଳିଥାଏ ବୋଲି କହିଥିଲେ । ବିଭିନ୍ନ ରାଜ୍ୟରୁ ଆସିଥିବା ମିସ୍ ସଲମା ଜମଲା, ମିସ୍ କୁନ୍ତଳା,ମିସ୍ ପୂର୍ଣ୍ଣିମାଶ୍ରୀନିବାସ, ମିସ୍ ଶ୍ରୀ ଦେବୀ , ସୁଜାତା ଦାସ, ଡ଼ଃ. ପ୍ରସନ୍ନ କୁମାରୀ ପ୍ରଫେସର ସକସେନା , ରାଜକୁମାର, ପୁଷ୍ପା ସିନ୍ନା, ପ୍ରଭା ମେହେତା ଆଦି ଯୋଗ ଦେଇଥିଲେ ସାଂନ୍ଧ୍ୟ ଅଧିବେଶନ ରେ ଡଃ. ଭଗବାନ୍ ଜୟ ସିଂ ଅଧ୍ୟକ୍ଷତା ରେ ଓଡ଼ିଆ, ହିନ୍ଦୀ, ତେଲୁଗୁ, ମାଲାୟଲମ୍ ଆଦି ଭାଷାର ପ୍ରତିଷ୍ଠିତ କବିବୃନ୍ଦ ଉପସ୍ଥିତ ରହି ସ୍ବରଚିତ କବିତାମାନ ପାଠ କରିଥିଲେ।

 

 

ତା ୧୬.୧୧.୨୫ ରିଖରେ ପ୍ରଥମ ଅଧିବେଶନରେ ଅନୁବାଦ ସାହିତ୍ୟ ସଂପର୍କରେ ଡ଼ଃ ଯୁବରାଜ ସିଂ,ଡଃ ଶଶିକଳା ,ପି.ବି ରମାଦେବୀ,ଡ଼ଃ ସୌରଭ ଦେବ ,ଡ଼ଃ ତ୍ରୟ ପ୍ରକାଶ ଶର୍ମା ଆଦି ଯୋଗ ଦେଇଥିଲେ ।

ପରିଶେଷରେ ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଭାଷାତତ୍ୱବିତ୍ ପ୍ରଫେସର କୈଳାଶ ଚନ୍ଦ୍ର ଟିକାୟତରାୟ ଯୋଗଦେଇ କହିଥିଲେ ଅନୁବାଦକ ସାରା ବିଶ୍ବରେ ଚିନ୍ତନ ର ପ୍ରସାର କରିଥାଏ।ଅନୁବାଦ ଭାଷାର ନୁହେଁ ଭାବର ରୂପାନ୍ତର ।ସମ୍ମାନିତ ଅତିଥି ଭାବେ ଶ୍ରୀ ସଦାଶିବ ପରିସର ର ନିର୍ଦ୍ଦେଶକ ପ୍ରଭାତ କୁମାର ମହାପାତ୍ର ଉପସ୍ଥିତ ରହି ସାହିତ୍ୟର ଭୂମିକା ଏବଂ ଅନୁବାଦ କଳା ବିଭିନ୍ନ ଭାଷାଭାଷୀ ମାନଙ୍କ ମଧ୍ୟରେ କିଭଳି ଯୋଗସୂତ୍ର ରକ୍ଷା କରିଥାଏ ସେ ସଂପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ଅତିଥିଭାବେ ସୂଚନା ଲୋକ ସଂପର୍କ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଉପସ୍ଥିତ ରହି ଅନୁବାଦ ସାହିତ୍ୟର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟର ପ୍ରାକ୍ତନ ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ମହାପାତ୍ର , ଶ୍ରୀ ଉଦୟନାଥ ନାୟକ ( ପୂର୍ବତନ DDG, ଦୂରଦର୍ଶନ, ମୁମ୍ବାଇ ) ସଂଯୋଜନା କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ