ଜନ ଜାତୀୟ ଗୌରବ ଦିବସ ଓ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ମୋହନା ବ୍ଲକ ରେ ବ୍ଲକ ସ୍ତରୀୟ ଉତ୍ସବ ଅନୁଷ୍ଟିତ …

ମୋହନା (ଗଣେଶ ବିଷୋୟୀ) ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଜନଜାତୀୟ ଗୌରବ ଦିବସ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ବ୍ଲକ ସ୍ତରୀୟ ଉତ୍ସବ ୨୦୨୫ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ନାରାୟଣ ପାଢ଼ୀ, ଇଂ.ଆଶିଷ କୁମାର ଶତପଥୀ, ଇଂ.ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସମେତ ବ୍ଲକ ର ସମସ୍ତ ଅଧିକାରୀ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉତ୍ସବ ପାଳନ କରିଥିଲେ।ଆଭାସୀ ମାଧ୍ୟମରେ ମାନ୍ୟବର ଭାରତର ଯସଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀଙ୍କ ଉଦ୍ଦେଶ୍ୟରେ ଭଗବାନ ବିର୍ସା ମୁଣ୍ଡା ଙ୍କ ଜୀବନୀ ଏବଂ ତାଙ୍କ କର୍ମ ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ। ଏହା ସହ ବ୍ଲକ ବୈଠକ ଗୃହରେ ଅନୁଷ୍ଟିତ ଉତ୍ସବରେ ସ୍ଥାନୀୟ କେତେକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
