March 11, 2026

ନିଷ୍ଠା ପରିବାର ର ଜନ୍ମ ମାଟିରେ ରକ୍ତ ଦାନ ଉତ୍ସବ ୧୧୪ୟୁନିଟ ରକ୍ତ ସଂଗୃହୀତ….. 

IMG-20251116-WA0047
Share

 

 

ତା-୧୬-୧୧-୨୦୨୫ ରିଖ (ରବି ବାର)

ନିଷ୍ଠା ପରିବାର ର ଜନ୍ମ ମାଟି ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ରେ ରକ୍ତ ଦାନ ଉତ୍ସବ ୨୦୨୫ ବହୁ ଧୁମ୍ ଧାମ ରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସର ରେ ନିଷ୍ଠା ପରିବାର ତରଫ ରୁ ଖଣ୍ଡହଥା ଗ୍ରାମବାସୀ ଙ୍କ ସହଯୋଗ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ଏହି ଶିବିର ରେ ୭ଯୋଡା ଦମ୍ପତ୍ତି ଙ୍କ ସମେତ ସର୍ବମୋଟ ୧୧୪ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ବର୍ତ୍ତମାନ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତ ର ଘୋର ସଙ୍କଟ ଥିବା ବେଳେ ଏହି ରକ୍ତ ଅନେକ ଅସହାୟ ରୋଗୀଙ୍କ ପାଇଁ ସଂଜୀବନୀ ହେବ।ରକ୍ତ ଦାନ କୁ ନେଇ ଏକ ଉତ୍ସବ ଖଣ୍ଡହଥା ଗ୍ରାମବାସୀ ତଥା ସମସ୍ତ ଙ୍କ ମନ ରେ ଏକ ନୂଆଁ ଉନ୍ମାଦନା ଓ ଖୁସୀ ଭରି ଦେଇଥିଲା।ଏହି କାର୍ଯ୍ୟକ୍ରମ ଅବସର ରେ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି ର ମିଳିତ ଆନୁକୁଲ୍ୟରେ  ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ସର୍ବମୋଟ ୧୧୪ଜଣ ଙ୍କ ର ଚକ୍ଷୁ ପରୀକ୍ଷା କରାଯିବା ସହ ୨୬ଜଣ ଙ୍କ ର ଅପରେସନ ପାଇଁ ଚିହ୍ନଟ କରାଯାଇଥିଲା। ୧୨ଜଣ ଙ୍କୁ ଅପରେସନ ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି, ବୀରମହାରାଜ ପୁର,ସୋନପୁର କୁ ପଠାଗଲା।ଉଭୟ ଶିବିର କୁ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଓ ଖଣ୍ଡହଥା ଗ୍ରାମବାସୀ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।(ସୁରେନ୍ଦ୍ର କଠାର,ବରଗଡ)