ଖଣି ଅଧିକାରୀଙ୍କ ଦ୍ବାରା ୬ଟି ଚୋରା ବାଲି ବୋଝେଇ ହାଇୱା ଜବତ..
ଖଣି ଅଧିକାରୀ ଙ୍କ ଦ୍ଵାରା 6ଟି ଚୋରା ବାଲି ବୋଝେଇ ହାଇୱା ଜବତ, କଟକ ରୁ ପାରାଦୀପ ଯାଉଥିବା ସମୟରେ ମାଡ଼ି ବସିଲା ଖଣି ଅଧିକାରୀ ଓ କୁଜଙ୍ଗ ପୋଲିସ୍, କୌଣସି କାଗଜ ପତ୍ର ନ ଥିବା କହିଛନ୍ତି ଖଣି ଅଧିକାରୀ,ସଠିକ୍ କାଗଜ ପତ୍ର ଦେଖାଇଲେ ଗାଡ଼ି ଗୁଡ଼ିକ ଛଡା ଯିବ ବୋଲି କହିଛନ୍ତି ଖଣି ଅଧିକାରୀ।ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଖଣି ଅଧିକାରୀଙ୍କ ଦ୍ବାରା ୬ଟି ଚୋରା ବାଲି ବୋଝେଇ ହାଇୱା ଜବତ ହୋଇଛି।ଏହି ଚୋରା ବାଲି ବୋଝେଇ ହାଇୱା ଗୁଡ଼ିକ ପାରାଦ୍ଵୀପ ଅଭିମୁଖେ ଯାଉଥିବା ବେଳେ କୁଜଙ୍ଗ ଥାନା ନିକଟରେ ୬ଟି ହାଇୱାକୁ ମାଡ଼ି ବସିଲା କୁଜଙ୍ଗ ପୋଲିସ ଓ ଖଣି ଅଧିକାରୀ। ଯାହାର ନଂ ଓଡ଼ି ୨୧ ଆର୍ ୧୪୭୪, ଓଡ଼ି ୨୧ ଓ ୮୫୫୨, ଓଡି ୨୧ ଜି ୭୪୨୧, ଓଡ଼ି ୦୯ ସି ୭୫୮୯, ଓଡ଼ି ୨୧ Q ୪୨୫୭ ନଂ ହାଇୱାକୁ ଅଟକ ରଖି ସମସ୍ତ କାଗଜ ପତ୍ର ଯାଞ୍ଚ କରୁଛନ୍ତି ଖଣି ଅଧିକାରୀ। ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
