ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତି ପ୍ରଭାତୀ ପ୍ରଧାନ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ଅଦ୍ୟ ତା:- 16/10/2026 ରିଖ ଶୁକ୍ରବାର ଦିନ ଅପରାହ୍ନରେ ଆମ ଲାଲ ଡ଼ୋଲେଶ୍ଵର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାହାଡ଼ଶ୍ରୀଗିଡାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର ସେଠ ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତୀ ପ୍ରଧାନ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଶ୍ରୀମତୀ ପ୍ରଭାତୀ ପ୍ରଧାନ ଗତ 5 ତାରିଖ ରେ LEVEL( V ) B ରୁ Level-IV Graduate Teacher କୁ ପଦୋନ୍ନତି ପାଇ ସେ ସରକାରୀ ୟୁ ଜି ହାଇସ୍କୁଲ ରେଙ୍ଗାଲି ରେ ଯୋଗଦାନ କରିଥିଲେ l ସେ 18/10/2026 ରିଖ ରେ ପ୍ରଥମ କରି ଏହି ବିଦ୍ୟାଳୟରେ ଯୋଗଦାନ କରି ଦୀର୍ଘ 21 ବର୍ଷ ଚାକିରି କରି ବିଦାୟ ନେଇ ଥିଲେ l ସେ ଜଣେ ବନ୍ଧୁ ମେଳାପି ଛାତ୍ର ବତ୍ସଳ ଥିଲେ l ତାଙ୍କର ନିଷ୍ଠାପର ସେବା ଅମୂଲ୍ୟ ଅବଦାନ ବିଦ୍ୟାଳୟ ର ରୂପରେଖ କୁ ପରିବର୍ତ୍ତନ କରିଥିଲା l ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନପାତ୍ର ସହ ଉପଢୌକନ ଦେଇ ଶ୍ରୀମତୀ ପ୍ରଧାନକୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ପରିଶେଷରେ ଛାତ୍ରଛାତ୍ରୀ ମାନେ ତାଙ୍କର ଉପହାର ପ୍ରଦାନ କରିଥିଲେ l ଉତ୍ସବ କୁ ବରିଷ୍ଠ ଶିକ୍ଷକ ଜୟଦେବ ନାଏକ ମଞ୍ଚ ପରିଚାଳନା କରିଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳି ବିଶ୍ଵାଳ , ଶିକ୍ଷକ ଦେବାନନ୍ଦ ସାହୁ ଗୀତାଞ୍ଜଳି ରାୟ, ପୁଷ୍ପାଞ୍ଜଳି ପ୍ରଧାନ, ଚାନ୍ଦିନୀ ମାଝୀ ଶିଶୁ ସେବିକା ହରିପ୍ରିୟା ନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ଶ୍ରୀମତୀ ଗୀତାଞ୍ଜଳି ରାଏ ଧନ୍ୟବାଦ ଅର୍ପଣ କରିଥିଲେ l
