October 17, 2026

ପଦ୍ମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ମହାରାଜା ବସ୍ ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

IMG-20261016-WA0044
Share

,

 

ବରପାଲି : (ସୁଦାମ ଦୀପ) ସ୍କୁଲରୁ ଘରକୁ ଫେରୁଥିବା ସମୟରେ ବସ୍ ଧକ୍କାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ପଦ୍ମପୁରସ୍ଥିତ ଲାଲ ବହାଦୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର କମଳ ତରିଆ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସ୍କୁଲରୁ ଘରକୁ ଫେରୁଥିବା ବେଳେ ପଦ୍ମପୁର ଥାନା ଛକ ନିକଟରେ ମହାରାଜା ବସ୍ ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ବସ୍‌ଟି ଘଟଣାସ୍ଥଳରୁ ଚାଲିଯାଉଥିବା ବେଳେ ପୋଲିସ ଏହାକୁ ଅଟକାଇଥିଲା। ପୋଲିସ ବସ୍‌ ଓ ଡ୍ରାଇଭରଙ୍କୁ ଥାନାକୁ ନେଇ ଅଟକ ରଖିଛି। ଅନ୍ୟପକ୍ଷରେ, ମୃତ ଛାତ୍ରଙ୍କ ଶବକୁ ପଦ୍ମପୁର ବଡ଼ ଡାକ୍ତରଖାନାରେ ରଖାଯାଇଛି। ଘଟଣା ସମ୍ପର୍କରେ ପଦ୍ମପୁର ପୋଲିସ ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।