ତାଳବେଡ଼ା ଛକରେ ପୁଣି ସଡ଼କ ଦୁର୍ଘଟଣା, ସ୍କୁଟି ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ୍; ଚାଳକ ଗୁରୁତର
ତାଳବେଡ଼ା: ଜାତୀୟ ରାଜପଥରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ତାଳବେଡ଼ା ଛକ ନିକଟରେ ଏକ ସ୍କୁଟି ଉପରେ ପାଉଁଶ ବୋଝେଇ ଟ୍ରକ୍ ଚଢ଼ିଯିବା ଫଳରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ସ୍ଥାନୀୟ ଲୋକ ଓ ପୋଲିସଙ୍କ ସହାୟତାରେ ଗୁରୁତର ଆହତ ସ୍କୁଟି ଆରୋହୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ଜାତୀୟ ରାଜପଥରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଓ ଆହତଙ୍କ ପରିଚୟ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ।
