September 29, 2024

ବ୍ରାହ୍ମଣୀଗାଁ ରେ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ”।

Share

ବ୍ରାହ୍ମଣୀଗାଁ ରେ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ”।
ବ୍ରାହ୍ମଣୀଗାଁ ତା: ୧୬/୧୦ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ରେ କଂଗ୍ରେସ ଦଳ ପକ୍ଷରୁ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦଶ କ୍ରମେ ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଲ୍ଲିକ ଙ୍କ ନେତୃତ୍ବ ରେ ସୋମବାର ହାଟ ବାରଦିନ କଂଗ୍ରେସ ଦଳ ପକ୍ଷରୁ ବ୍ରାହ୍ମଣୀଗାଁ ପଞ୍ଚାୟତ ର ବିଭିନ୍ନ ଗ୍ରାମ ଯଥା ପୋଇଗୁଡ଼ା, ଅଲାଞ୍ଜୁରି, କିନାରିଗାଁ, ନୂଆଁ ଗାଁ ସମେତ ବ୍ରାହ୍ମଣୀଗାଁ ର ବିଭିନ୍ନ ସାହି ର ଘରେ ଘରେ ପହଞ୍ଚି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଶାସନ ର ବିଫଳତା ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ବୃଦ୍ଧି, ଗରୀବ ମାରଣ ନୀତି ଆଦି ବିଭିନ୍ନ ପ୍ରସଙ୍ଗ କୁ ନେଇ ଘରକୁ ଘର ଯାଇ ଲୋକ ମାନଙ୍କ ସହିତ ଆଲୋଚନା କରି ଆଗାମୀ ୨୦୨୪ ନିର୍ବାଚନ ରେ ବିଜେଡ଼ି ଓ ବିଜେପି କୁ ଶାସନରୁ ହଟାଇବାକୁ ଦୃଢ଼ ସଙ୍କଳ୍ପ କରିଥିଲେ। ଏହିକର୍ଯ୍ୟକ୍ରମରେ ନମିତା ପରିଡ଼ା, ଶରତ ପ୍ରଧାନ, କରମ ସିଂ, ୱିଲିୟମ୍ ପରିଚ୍ଛା, ତ୍ରିନାଥ ନାୟକ, ଶରତ ବଳିଆର ସିଂ , ମାରିଆନ ସିଂ ଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ ଦଳର କର୍ମୀମାନେ ସାମିଲ ହୋଇଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁମନୋରଞ୍ଜନ ରଣା ଙ୍କ ରିପୋର୍ଟ)