September 29, 2024

ଓଡିଶାର କାଶ୍ମୀର କୁହାଯାଉଥିବା। ଦାରିଙ୍ଗବାଡି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ

Share

ଓଡିଶାର କାଶ୍ମୀର କୁହାଯାଉଥିବା।
ଦାରିଙ୍ଗବାଡି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ

ବ୍ରାହ୍ମଣୀଗାଁ ,୧୬।୧୦ : ଓଡ଼ିଶାର
କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ସୋମବାର ପହିଲି ଶୀତର ଅନୁଭୂତ ହୋଇଛି । ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଭୋର ସମୟରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି। ସର୍ବନିମ୍ମ ୧୫ ଡିଗ୍ରୀ ତାପମାତ୍ରା ରହିଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି । ସକାଳ ୮ଟା ଯାଏ ଶୀତ ଅନୁଭୂତ ହେଉଥିବା ପାଣି ଅତ୍ୟାଧିକ ଥଣ୍ଡା ହେଉଛି। ସକାଳ ସମୟରେ ଲୋକେ ଶୀତବସ୍ତ୍ର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଶୀତର ମଜା ନେବାପାଇଁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡି ଆସିବା ଆରମ୍ଭ ହୋଇଥିବା ବେଳେ ଆସନ୍ତା ପୂଜାଛୁଟି ପାଇଁ ସମସ୍ତ ଲଜ, ହୋଟେଲ, ରିସର୍ଟଗୁଡ଼କ ଆଗୁଆ ବୁକିଂ ହୋଇଥିବା ଜଣାପଡିଛି ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)