September 29, 2024

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ l

Share

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ l

ଗୋପାଳପୁର ତା 16/10(ଆପ୍ର )ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର AIU- ଏକାଡେମିକ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ଡେଭଲପମେଣ୍ଟ ସେଣ୍ଟର (AIU-AADC), କମ୍ପ୍ୟୁଟର ବିଜ୍ଞାନ ବିଭାଗ ଓ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିସ୍ (AIU), ନୂଆଦିଲ୍ଲୀର ମିଳିତ ଆନୁକୂଲ୍ୟରେ ଆଜିଠାରୁ କୃତିମ ସନୁସନ୍ଧାନ ଓ ବଡ ଡାଟା ବିଶ୍ଳେଷଣ “ ଉପରେ ଅଧ୍ୟାପକ- ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସୁଶାନ୍ତ କୁମାର ବରାଳ ଶୁଭ ଉଦ୍ଘାଟନ କରିଥିଲେ।ଏହି ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟବକ୍ତା ଭାବରେ ଆନ୍ଧ୍ରା ୟୁନିଭର୍ସିଟିର ପ୍ରଫେସର ପି. ଏସ. ଅବଧାନୀ ଯୋଗ ଦେଇଥିଲେ। AIU-AADC, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୋଡାଲ ଅଫିସର ତଥା କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଡକ୍ଟର ମୃତ୍ୟୁଞ୍ଜୟ ସ୍ୱାଇଁ ଉଦଘାଟନୀ ସମ୍ମିଳନୀରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ଚାଲିଥିବା କାର୍ଯ୍ୟକ୍ରମର ବିଷୟବସ୍ତୁ ବିଷୟରେ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ କମ୍ପୁଟର ବିଜ୍ଞାନ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ଆବାହକ ଡକ୍ଟର ଏସ. କେ ଦାସ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ l କାର୍ଯ୍ୟକ୍ରମର ସଂଯୋଜକ ତଥା କମ୍ପୁଟର ବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ଟର ଏସ. ଏନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଅନ୍ୟ ଏକ ସଂଯୋଜକ ଡକ୍ଟର ବନମାଳୀ ଖୁଣ୍ଟିଆ ଏହି କାର୍ଯ୍ୟକ୍ରମ ଉପରେ ନିଜର ବକ୍ତବ୍ୟ ରଖିଥିଲେ l ଦେଶର ବିଭିନ୍ନ ପ୍ରାନ୍ତରୁ 50 ରୁ ଉର୍ଦ୍ଧ ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକବୃନ୍ଦ ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ 16 ଅକ୍ଟୋବର ରୁ ଆରମ୍ଭ ହୋଇ 21ଅକ୍ଟୋବର ୨୦୨୩ ରେ ଶେଷ ହେବ। AIU-AADC, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅନ୍ୟ କର୍ମୀ ବୃନ୍ଦ ଯଥା ଡ. ବିଷ୍ଣୁ ଚରଣ ବେହେରା ଓ ଡ. ଶାଶ୍ୱତ ସୌରଭ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ବହୁ ସାହାଯ୍ୟ କରିଥିଲେ | ଅର୍ଥନୀତି ବିଭାଗ ଓ କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ବହୁ ସାହାଯ୍ୟ କରିଥିଲେ |