April 26, 2026

ଆଭାସୀ ମାଧ୍ଯମରେ ଜିଲ୍ଲାର ୧୪ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ଶୁଭ ଉଦଘାଟନ

IMG-20250916-WA0059
Share

 

ପାରଳାଖେମୁଣ୍ଡି,ତା.୧୬.୦୯.୨୦୨୫

 

ଆଭାସୀ ମାଧ୍ଯମରେ ରାଜ୍ୟସ୍ତରୀୟ ଅଙ୍ଗନୱାଡ଼ି କେନ୍ଦ୍ର ସମୂହ ଶୁଭ ଉଦଘାଟନ ଉତ୍ସବରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ପଞ୍ଚାୟତ ରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକଙ୍କ କରକମଳରେ ରାଜ୍ୟର ୯୧୩ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ଶୁଭ ଉଦଘାଟନ କରିଛନ୍ତି । ଏଥି ମଧ୍ୟରୁ ଗଜପତି ଜିଲ୍ଲାରୁ ୧୪ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଅଛି। ସେଥି ମଧ୍ୟରୁ ମୋହନା-୨ ,ନୂଆଗଡ-୨, ଗୋସାଣୀ-୩, ରା.ଉଦୟଗିରି- ୨, ରାୟଗଡ଼-୩ ଓ ଗୁମ୍ମା -୨ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ଉଘାଟନ ହୋଇଯାଇଛି। ଏହି କେନ୍ଦ୍ର ଗୁଡିକର ସମସ୍ତ ମୌଳିକ ସୁବିଧା ସହିତ ସୁସଜ୍ଜିତ ନୂତନ କୋଠା ତଥା ପିଇବା ପାଣି, ବିଦ୍ୟୁତ୍ କରଣ ଓ ସୁସ୍ଥ ପରିବେଶ ରହିଅଛି।

ଏହି ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ,ଜିଲ୍ଲାର ସମସ୍ତ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ଓ ପର୍ଯ୍ୟବେକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।