November 26, 2024

ଗଜପତି:- ପାରଳାଖେମୁଣ୍ଡି ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ୨ ଦିନିଆ ରାଜ୍ୟ ସ୍ତରୀୟ ସମାରୋହ କାର୍ଯ୍ୟକ୍ରମ କରାଯିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  …

Share

ଗଜପତି:- ପାରଳାଖେମୁଣ୍ଡି ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ୨ ଦିନିଆ ରାଜ୍ୟ ସ୍ତରୀୟ ସମାରୋହ କାର୍ଯ୍ୟକ୍ରମ କରାଯିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

——————————————-

ପାରଳାଖେମୁଣ୍ଡି ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ୨ ଦିନିଆ ରାଜ୍ୟ ସ୍ତରୀୟ ସମାରୋହ କାର୍ଯ୍ୟକ୍ରମ କରାଯିବା ନେଇ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଶୈଳମ୍ କଲ୍ୟାଣ ମଣ୍ଡପର ସମ୍ମିଳନୀ କକ୍ଷ ଠାରେ ସମ୍ମିଳନୀର ପାରଳାଖେମୁଣ୍ଡି ଶାଖା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସମ୍ମିଳନୀର ପାରଳାଖେମୁଣ୍ଡି ଶାଖା ସଭାପତି ଶ୍ରୀ ସିଦ୍ଧେଶ୍ୱର ମିଶ୍ର ବୈଠକରେ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ କଣ ରହିଛି , ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।

ଏହି ପ୍ରସ୍ତୁତି ବୈଠକ ଆଲୋଚନା କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ରାଜ୍ୟସ୍ତରୀୟ ମହାସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ପାରଳାଖେମୁଣ୍ଡି ଶାଖା ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥି , ଉପସଭାପତି ଶ୍ରୀ ହରି ମୋହନ ପଟନାୟକ , ବରିଷ୍ଠ ସଦସ୍ୟା ଡ଼ଃ ଭାରତୀ ପାଣିଗ୍ରାହୀ , ସଦସ୍ୟା ଶ୍ରୀ ଭାଗବତ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ।

ଦକ୍ଷିଣ ଓଡ଼ିଶାର ଉପାନ୍ତ ଅଞ୍ଚଳ ମାନଙ୍କରେ ଭାଷା , ସାହିତ୍ୟ ଓ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲା ଅଞ୍ଚଳରୁ ଆସିବାକୁ ଥିବା ସାହିତ୍ୟିକ , କବି , ଲେଖକ , ଔପନ୍ୟାସିକ ଏବଂ ବିଭିନ୍ନ ସ୍ତରର ବ୍ୟକ୍ତି ବିଶେଷ ମାନଙ୍କ ସହ ଅଞ୍ଚଳର ଭାଷା , ସାହିତ୍ୟ ଓ ସଂସ୍କୃତି ଉପରେ ଭାବ ବିନିମୟ ଆଦାନ ପ୍ରଦାନ କରିବା ଏଭଳି ସମ୍ମିଳନୀ କାର୍ଯ୍ୟକ୍ରମ କରାଯିବାର ମହତ୍ ଉଦ୍ଦେଶ୍ୟ ରହିଥିବା ବୈଠକରେ ମତ ପ୍ରକାଶ ପାଇଥିଲା ।

ସମ୍ମିଳନୀର ଏହି ପ୍ରସ୍ତୁତି ବୈଠକର ଆଲୋଚନା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ରାଜ୍ୟସ୍ତରୀୟ ଏହି ୨ ଦିନିଆ ସମାରୋହ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ମାସ ତୃତୀୟ ସପ୍ତାହ ମଧ୍ୟରେ କରାଯିବା , ଅତିଥି ଭାବେ କାହା କାହାକୁ ନିମନ୍ତ୍ରଣ କରାଯିବ , ସମ୍ଭର୍ଦ୍ଧନା କାହାକୁ ଓ କେତେ ଜଣଙ୍କୁ କରାଯିବ , ଉଦଘାଟନୀ ଓ ସମ୍ଭର୍ଦ୍ଧନା ପର୍ବ ସହ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ଆଲୋଚନା , କବିତା ପାଠୋତ୍ସବ ପ୍ରଭୃତି ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା । ଅନ୍ୟପକ୍ଷରେ , ସମ୍ମିଳନୀର ୨ ଦିନିଆ ସମାରୋହ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି ପ୍ରସ୍ତାବ ଗୁଡିକ ମଧ୍ୟରେ ମୁଖ୍ୟତଃ ଗଜପତି ଜିଲ୍ଲାର ୨ ବିଧାୟକ , ପୌରଧ୍ୟକ୍ଷା , ଜିଲ୍ଲାପାଳ ଓ ଏସପି:ଙ୍କ ସମେତ ରାଜ୍ୟ ଓ ବାହାର ଜିଲ୍ଲା ସ୍ତରରୁ ରାଜ୍ୟ ବିଧାନସଭା ବାଚସ୍ପତି , ୨ ଜଣ ମନ୍ତ୍ରୀ , ବ୍ରହ୍ମପୁର ସାଂସଦ , ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି , ପ୍ରଫେସର , ବିଶିଷ୍ଟ ସାହିତ୍ୟିକ ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ରଖା ଯାଇଥିଲା ।

ଏଥି ସମେତ ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ସମାରୋହ କାର୍ଯ୍ୟକ୍ରମ କେମିତି ସୁରୁଖୁରୁ ଭାବରେ ସମ୍ପନ୍ନ ହେବ, ଷ୍ଟେଜ, ଖାଇବା , ରହିବା ପ୍ରଭୃତି ବିଷୟ ରେ ଆଲୋଚନା ହୋଇଥିଲା ।

ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସମ୍ମିଳନୀର ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଶେଷରେ କୋଷାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମକୁ ସମ୍ମିଳନୀର ସଦସ୍ୟ ସଦସ୍ୟା ଶ୍ରୀ ଲୋକନାଥ ମିଶ୍ର , ଶ୍ରୀ ଭାଗବତ ପାଢ଼ୀ , ମୁରଲୀ ଧର ପରିଛା , ଶ୍ରୀମତୀ ମାନସୀ ପଣ୍ଡା ଏବଂ ପ୍ରଫୁଲ୍ଲ ବେବର୍ତ୍ତା ପ୍ରମୁଖ ଓ ଅନ୍ୟ ସଦସ୍ୟା ସଦସ୍ୟା ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————-

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.