August 25, 2026

ଦୁର୍ଘଟଣାରେ ଗୋଡ଼ ହରାଇଥିବା ବ୍ୟକ୍ତିଙ୍କୁ ଝାନ୍ସୀରାଣୀଙ୍କ ସହାୟତା—–

IMG-20230916-WA0027
Share

ଦୁର୍ଘଟଣାରେ ଗୋଡ଼ ହରାଇଥିବା ବ୍ୟକ୍ତିଙ୍କୁ ଝାନ୍ସୀରାଣୀଙ୍କ ସହାୟତା—–

ହାଟଡିହି—–ଯାଜପୁର ରେଳ ଷ୍ଟେସନରେ ଗୋଡ଼ ହରାଇଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତ ମଧୁପୁର ଗ୍ରାମର ନବଘନ ବାରିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କେନ୍ଦୁଝର ଜିଲ୍ଲା ଜଣା ଶୁଣା ସମାଜସେବୀ ଝାନ୍ସୀରାଣୀ ଦାସ । ଗୋଡ଼ କଟି ଯିବା ପରେ ନବଘନଙ୍କୁ ନିଜ ପରିବାର ପରିପୋଷଣ ପାଇଁ ନାନା ଅସୁବିଧା ଦେଖାଦେଇଥିବା ନେଇ ସମାଜସେବୀ ଝାନ୍ସୀରାଣୀ ଦାସ ପ୍ରଶାସନର ଦୃଷ୍ଟି ଆଚରଣ କରିଥିଲେ । ନବଘନ ଦିବ୍ୟାଙ୍ଗ ହେଇଯିବା ପରେ ସରକାରୀ ସହାୟତା ନ ପାଇଁ ଦୁର୍ବଳ ହେଇଯାଇଥିବା ବେଳେ ଏହି କିଛି ଦିନ ହେବ ସରକାର ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହ ଗମନାଗମନ ପାଇଁ ଏକ ଟ୍ରାଇସାଇକେଲ ଯୋଗାଇ ଦେଇବା ଦେଖୁବାକୁ ମିଳିଛି । ସମାଜସେବୀ ଝାନ୍ସୀରାଣୀ ଦାସ ନବଘନଙ୍କ ପରିସ୍ଥିତି ବିଷୟରେ ପଚାରି ବୁଝିବା ସହ କିଛି ଆର୍ଥିକ ସହା ସହାୟତା ପ୍ରଦାନ କରିଥିବା ଜାଣିବାକୁ ମିଳିଛି ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ