April 30, 2026

ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ—–

IMG-20230916-WA0024
Share

ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ—–

ହାଟଡିହି— ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟି ସାନ୍ତ୍ୱନା ଦେଇଛତି ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ। ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଳକର ବାଲିପାଳ ପଞ୍ଚୟତରେ ଘଟିଥିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଉକ୍ତ ମୃତକଙ୍କ ପରିବାରକୁ ଭେଟି ବିଧାୟକ ଶ୍ରୀ ସେଠୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ସହ ଆଲୋଚନା କରିଥିବା ଜଣାପଡ଼ିଛି। ବିଧାୟକଙ୍କ ସହିତ ଜିଲ୍ଲାପରିଷଦ ଉପାଧ୍ଯକ୍ଷ ସୋମନାଥ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ସମ୍ପାଦକ ଦେବବ୍ରତ ରାମ ପ୍ରମୁଖ ମୃତକଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି।
ସୂଚନାଯୋଗ୍ୟ କି, ଉକ୍ତ ପଞ୍ଚାୟତର ମୟୁରନଚା ଗାଁରେ ରହୁଥ‌ିବା ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ବାମୀ ନିରଞ୍ଜନ ପାତ୍ରଙ୍କୁ କେହି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରି ନିକଟରେ ଏକ କୂଅରେ ପକାଇ ଦେଇଥିଲେ। ଏହି ଘଟଣାରେ ପୁଲିସ ଛାନଭିନ୍ ଜାରି ରହିଛି। ତେବେ ହତ୍ୟାକାରୀଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ନ ଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି )