ଏଇଇ ଙ୍କ କାର୍ଯ୍ୟକଳାପରେ ଅତିଷ୍ଟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଜନ ପ୍ରତିନିଧି..

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଡବଲ ଏଇ ସନ୍ତୋଷ ବାଗସିଂ ଙ୍କ କାର୍ଯ୍ୟକଳାପରେ ଅତିଷ୍ଟ ହୋଇ ଜିଲ୍ଲାପାଳ ଓ ଜିଲ୍ଲା ଉନ୍ନୟନ ମୁଖ୍ୟ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସମିତି ସଭ୍ୟ ସଭ୍ୟା । ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକ ଅଧକ୍ଷ ଏବଂ ଅଧ୍ୟକ୍ଷା ତୁରନ୍ତ ୧୫ ଦିନ ମଧ୍ୟରେ ବଦଳି ନ କଲେ ବ୍ଲକ ପରିସର ରେ ଅନଶନ ରେ ବସିବେ ବୋଲି ଲିଖିତ ଜଣେଇ ଥିବା ଜଣା ଯାଇଛି। ଛ ମାସ ହେବ ବୋରିଗୁମା ଡେପୁଟେସନ ରେ ବଦଳି ହୋଇଛି କିନ୍ତୁ ପ୍ରଶାସନ ର ନିର୍ଦେଶ କୁ ଅବମାନନା କରାଯାଇ ତାଙ୍କୁ ରିଲିଭ କରାଯାଇନାହିଁ ବୋଲି ଜନ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି। ଆଜିର ଜିଲ୍ଲାପାଳଙ୍କୁ ସାକ୍ଷାତ ବେଳେ ବ୍ଲକ ଅଧକ୍ଷା କମଳା ଭତରା, ଉପାଧକ୍ଷ ବାବୁଲି ପାଣିଗ୍ରାହୀ,ସମିତି ସଭ୍ୟା ନମିତା ଦିଆନ,ଉମିର୍ଲା ଭତରା, ପଦମା ନାୟକ, ଜଗଦୀଶ ଭତରା, ଶ୍ରୀଦେବୀ ଭତରା,ଜାନକୀ ଭତରା,ମେଲକା ଯାଈଫୁଲ, ଗୁରୁନାଥ ହରିଜନ,ପ୍ରତାପ ସାହୁ, ଡ଼ମରୁ ସମରଥ,ଗଣପତି ଜାନି, ଜେମା ଭତରା,କାଞ୍ଚନ ଵାଘ ପ୍ରମୁଖ ଉପସ୍ଥିତ ଥିଲେ।ଏକ ସପ୍ତାହ ମଧ୍ୟରେ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗୁରୁନାଥ
ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି।
କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ
