April 26, 2026

ପିପୁଲ୍ସ କଲେଜରେ ଛାତ୍ରୀ ସୌମ୍ଯାଶ୍ରୀଙ୍କ ବିୟୋଗରେ ଶୋକସଭା 

IMG-20250716-WA0055
Share

ବୁଗୁଡ଼ା : ତା ୧୬/୦୭/୨୫ : ସ୍ଥାନୀୟ ପିପୁଲ୍ସ କଲେଜ ସମ୍ମିଳନୀ କକ୍ଷରେ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶୋକସଭା ଅବସରରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀବୃନ୍ଦ ସ୍ବର୍ଗତା ସୌମ୍ଯାଶ୍ରୀଙ୍କ ଫୋଟଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ତାଙ୍କର ସ୍ମୃତିଚାରଣ କରିଥିଲେ। ଏଥି ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ।

ଛାତ୍ରୀ ସୌମ୍ଯାଶ୍ରୀ କଲେଜର ବିଭାଗୀୟ ମୁଖ୍ୟ ଅଧ୍ଯାପକଙ୍କ ଦ୍ବାରା ମାନସିକ ନିର୍ଯ୍ଯାତନାର ଶିକାର ହୋଇ ଗତ ଜୁଲାଇ ୧୨ ତାରିଖ ଦିନ ଆତ୍ମାହୁତି ଦେଇ ଦୁଇ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ ହେଁ ସମ୍ପ୍ରତି ତାହା ଛାତ୍ରଛାତ୍ରୀ ମହଲରେ ତୀବ୍ର ଆଲୋଡନ ସୃଷ୍ଟି କରିଛି। ତେବେ ଉକ୍ତ ଶୋକସଭାରେ ଏଭଳି ଦୁଃଖଦ ଘଟଣାର ପୁନରାବୃତ୍ତି କୌଣସି ମହାବିଦ୍ୟାଳୟରେ ଯେଭଳି ନଘଟୁ ସେନେଇ ପ୍ରତ୍ଯେକ କଲେଜର କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ଯତ୍ନବାନ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।