May 14, 2026

ଖଲ୍ଲିକୋଟ ରଥଯାତ୍ରାରେ ସାହାଯ୍ୟର ହାଥ ବଢ଼ାଇଲେ ସ୍ବେଚ୍ଛାସେବୀ..

IMG-20240716-WA0039
Share

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବିଭିନ୍ନ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ସମସ୍ତଙ୍କଠୁ ତଥା ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କଠୁ ପ୍ରଶଂସା ପାଇବା ପରେ ‘ସେବା ପ୍ରତିନିଧି’ ସଙ୍ଗଠନର ସଦସ୍ୟମାନେ ବାହୁଡା ଯାତ୍ରା ସମୟରେ ଖଲ୍ଲିକୋଟ ଜଗନ୍ନାଥଙ୍କର ସେବା କରିବା ପାଇଁ ମନସ୍ଥ କରିଥିଲେ । ଏଥିରେ ସହଯୋଗ କରିଥିଲେ ଗଞ୍ଜାମ ପୋଲିସ ବିଭାଗ। ଏହି କ୍ରମରେ ବାହୁଡା ଉପଲକ୍ଷେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଆଇ.ଆର.ଇ ରେ କାର୍ଯ୍ୟରତ ମନୋରଞ୍ଜନ ବେହେରା, ଟୁଟୁ ନାୟକ ଓ ଓକିଲ ଲସିତ ବରନ ବେହେରାଙ୍କ ନେତୃତ୍ୱରେ ପ୍ରାୟ ୪୦ଜଣ ସଦସ୍ୟ ଖଲ୍ଲିକୋଟସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ସେବାକାର୍ଯ୍ୟ ଆରମ୍ଭ କରିଥିଲେ।

 

ସର୍ବ ପ୍ରଥମେ ଶ୍ରୀ ଜୀଉଙ୍କର ପହଣ୍ଡି ବିଜେ ସମୟରେ ଶୃଙ୍ଖଳିତ ଭାବେ କିପରି ପହଣ୍ଡି ହେବ, ତାକୁ ନେଇ ଏକ କରିଡର କରିଥିଲେ ଓ ପରେ ରଥ ଟଣା କିପରି ଶୃଙ୍ଖଳିତ ହେବ ତାକୁ ନଜରରେ ରଖି ପୋଲିସ ବିଭାଗକୁ ଯଥା ସମ୍ଭବ ସାହାଯ୍ୟର ହାତ ବଢାଇଥିଲେ। ସୂଚନାଯୋଗ୍ୟ, ଖଲ୍ଲିକୋଟ ରଥଯାତ୍ରାରେ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିଥାନ୍ତି। ତେଣୁ ଅସାମାଜିକ ବ୍ୟକ୍ତି ସୁଯୋଗ ଅପେକ୍ଷାରେ ରହିଥିଲେ କିଛି ବିଭ୍ରାଟ କରିବା ପାଇଁ କିନ୍ତୁ ପୂର୍ବରୁ ସତର୍କ ଥିବା ସ୍ବେଚ୍ଛାସେବୀମାନଙ୍କ ପାଇଁ ଆଜି ଶୃଙ୍ଖଳିତ ଭାବେ ରଥଟଣା ସରିଥିଲା ଓ ବର୍ଷା ସତ୍ତ୍ୱେ ଆଜି ତିନି ରଥ ମନ୍ଦିର ନିକଟରେ ପହଞ୍ଚିଥିଲା। ଆଜିର ଏହି ସେବାରେ ଅନ୍ୟମାନଙ୍କ ମଧ୍ୟରେ ମାଧବ ସାସମଲ, ଆଇ.ଆର.ଇ ରେ କାର୍ଯ୍ୟରତ ସନାତନ ମହାରଣା, ଦୁର୍ଯ୍ୟୋଧନ ସ୍ୱାଇଁ, ଅଯୋଧ୍ୟା ପରିଡା, ଟିଟାନିୟମ ପ୍ଲାଣ୍ଟର ବି.ବୈରାଗି, ମୋହନ ବେହେରା, ଦୟାନିଧି ସାହୁ ଓ ଗୋପାଳପୁର ପୋର୍ଟରେ କାର୍ଯ୍ୟରତ ଲିଙ୍ଗରାଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ।