October 5, 2024

ରୋଟାରୀ କ୍ଲବ ଶ୍ରୀ ଜଗନ୍ନାଥ ଧାମ ଓ ଇନର୍ ହୁଇଲ କ୍ଲବ ତରଫରୁ ଖାଦ୍ୟ ବଣ୍ଟନ

Share

 

 

ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ତା ୧୫/୦୭/୨୪ ସୋମବାର ଦିନ ରୋଟାରୀ କ୍ଲବ ଶ୍ରୀ ଜଗନ୍ନାଥ ଧାମ ଓ ଇନର୍ ହୁଇଲ କ୍ଲବ ଶ୍ରୀ ଜଗନ୍ନାଥ ଧାମ ର ମିଳିତ ଆନୁକୂଲ୍ୟରେ ଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏତଦ୍ବାରା ସହସ୍ରାଧିକ ଶ୍ରଦ୍ଧାଳୁ ଉପକୃତ ହୋଇଥିଲେ।ରୋଟାରୀ କ୍ଲବ ଶ୍ରୀ ଜଗନ୍ନାଥ ଧାମ ର ସଭାପତି କୈଳାସ ଚନ୍ଦ୍ର ବେହେରା, ସଂପାଦିକା ସୁଷମା ମିଶ୍ର ଇନର୍ ହୁଇଲ କ୍ଲବ ଶ୍ରୀ ଜଗନ୍ନାଥ ଧାମ ର ସଭାପତି ମୁନମୁନ ଦାସ ଗୁପ୍ତା ଓ ସଂପାଦିକା ମିତାଲୀ ଦାସ ଗୁପ୍ତା ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟ ପରିଚାଳିତ କରାଯାଇଥିଲା। ରୋଟାରୀ ଇଣ୍ଟରନ୍ୟାସନାଲ ଡାଇରେକ୍ଟର ଶ୍ରୀ ଅନିରୁଦ୍ଧ ରାୟଚୌଧୁରୀ ସସ୍ତ୍ରୀକ ଯୋଗ ଦେଇ କର୍ମକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ। ତତ୍ ସହିତ ଡି ଜି ଇ ମନୋଜ କୁମାର ତ୍ରିପାଠୀ ଓ ପୂର୍ବତନ ଡି ଜି ପ୍ରଭୂଦତ୍ତ ସୁବୁଦ୍ଧି ମଧ୍ଯ ଯୋଗ ଦେଇଥିଲେ। ଇନର୍ ହୁଇଲ କ୍ଲବ ର ପୂର୍ବତନ ଚେୟାରମ୍ୟାନ ଜାଗୃତି ଦୋସୀ ଉପସ୍ଥିତ ଥିଲେ। ରୋଟାରୀ କ୍ଲବ ଶ୍ରୀ ଜଗନ୍ନାଥ ଧାମ ତଥା ଇନର୍ ହୁଇଲ କ୍ଲବ ଶ୍ରୀ ଜଗନ୍ନାଥ ଧାମ ର ସଦସ୍ଯ ସଦସ୍ଯା ମାନେ ଯୋଗଦାନ କରି କାର୍ଯ୍ୟ ଟିକୁ ସାଫଲ୍ଯ ମଣ୍ଡିତ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ