ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଯୋଜନା ରେ ନିର୍ମିତ କୋଠା ଦୀର୍ଘ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡ଼ି ରହିଛି ।
ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଯୋଜନା ରେ ନିର୍ମିତ କୋଠା ଦୀର୍ଘ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡ଼ି ରହିଛି ।
ବ୍ରାହ୍ମଣୀଗାଁ : ସରକାର ଅନେକ ଜନ ମଙ୍ଗଳ କାରୀ ଯୋଜନା ମାନ ପ୍ରସ୍ତୁତ କରି କୋଟି କୋଟି ଅର୍ଥ ବ୍ୟୟ କରୁଥିବା ବେଳେ ତଦାରଖ ର ଅଭାବ ହେତୁ ଅନେକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଠାରେ , ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ନିର୍ମାଣ କରାଯାଉଥିବା କୋଠା ଗୁଡ଼ିକ ଦୀର୍ଘ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡ଼ି ରହିଛି, ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଦାରିଙ୍ଗବାଡି ବ୍ଲକ ର ବ୍ରାହ୍ମଣୀଗାଁ ସମେତ ଗଦାପୁର, ସରାମୁଳି ,ତାଯୁଙ୍ଗିଆ, ହାତୀମୁଣ୍ଡା, ଝିଞ୍ଜିରିଗୁଡ଼ା,କୁମ୍ଭାରିଗାଁ ଓ କାଟିଙ୍ଗିଆ ପଞ୍ଚାୟତ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ ନେଇ ୨୦୦୭-୦୮ ଆର୍ଥିକ ବର୍ଷ ରେ ପ୍ରାୟ ଏକ କୋଟି ଟଙ୍କା ବିନିମୟରେ ୧୮ ଗୋଟି କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଯଦିଓ ଗଦା ପୁର, ଓ ବ୍ରାହ୍ମଣୀଗାଁ ଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ତଥାପି ଡାକ୍ତର ମାନଙ୍କ ରହିବା ଭଳି ଉପଯୋଗୀ ଘର ନାହିଁ, ତେଣୁ ଡାକ୍ତର ମାନେ ଏହି ଦୁର୍ଗମ ଅଞ୍ଚଳ ରେ ରହିବାକୁ ନାପସନ୍ଦ କରନ୍ତି , ଏଣୁ ଆଜ ପର୍ଯ୍ୟନ୍ତ ଗଦାପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇ ସୁଦ୍ଧା ରହୁ ନାହାନ୍ତି , ଆଶା ଥିଲା କି ଉନ୍ନତ ମାନର କ୍ୱାଟର ଗୁଡ଼ିକ ନିର୍ମାଣ ହେଲେ ଡାକ୍ତର ମାନେ ଆସି ରହିବେ ଏବଂ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ, ହେଲେ ସେହି ଆଶା ଅଧୁରା ହୋଇ ରହି ଯାଇଛି, ଅନେକ ସମୟରେ ଏହି ଅଞ୍ଚଳ ରେ କଲେରା, ଡାଇରିଆ ଭଳି ମାରତ୍ମକ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ଅଭାବ ରୁ ଅନେକ ଲୋକ ପ୍ରାଣ ହରାଇଥିବା ନଜିର ରହିଛି। ଏଭଳି ସ୍ଥିତି ରେ ସରକାରଙ୍କ ଏହି ମହତ ଯୋଜନା କେବଳ ଯୋଜନା ରେ ହିଁ ଅଟକି ରହିଛି, ବର୍ତ୍ତମାନ ସେହି ଅର୍ଦ୍ଧ ନିର୍ମିତ କୋଠା ଗୁଡ଼ିକ ମଦ୍ୟପି ମାନଙ୍କ ଆଡ଼ା ସ୍ଥଳୀ ପାଲଟି ଥିବା ବେଳେ ଆଉ କେତେକ ଙ୍କ ପାଇଁ ଅଳିଆ କୁଣ୍ଡ, ଆଉ କେତେକ ଙ୍କ ପାଇଁ ମୁକ୍ତ ଶୌଚାଳୟ ପାଲଟିଛି, କେତେକ ଗୃହରେ ଗଛ ଉଠି ବୃକ୍ଷ ରେ ପରିଣତ ହେଲାଣି, ପ୍ରଶାସନିକ ଅବହେଳା ନା ଠିକାଦାର ମାନଙ୍କ ମନ ମାନି ଯୋଗୁଁ ଏହା ଅଧାପନ୍ତରିଆ ହୋଇ ପଡ଼ିରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି, ଏଣୁ ଜିଲ୍ଲା ପ୍ରଶାସନ ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନ ଦିଗରେ ଧ୍ୟାନ ଦେବାକୁ ଜନସାଧାରଣ ଦାବୀ କରିଛନ୍ତି।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)