March 12, 2026

ଉମରକୋଟରେ ପରାକ୍ରମ ଶୋଭାଯାତ୍ରା “ଅପରେସନ୍ ସିନ୍ଦୂର” ର ସଫଳତା ………

IMG-20250516-WA0021
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) “ଅପରେସନ୍ ସିନ୍ଦୂର” ର ସଫଳତା ପରେ ଏହାର ବୀର ଗାଥାକୁ ଲୋକଲୋଚନରେ ପ୍ରସାର କରି ଭାରତୀୟ ଯବାନମାନଙ୍କୁ ସମ୍ମାନ ଜଣାଇବାକୁ ଯାଇ

ଉମରକୋଟ ପୌର ପରିଷଦ ଏବଂ ଉମରକୋଟ ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ଉମରକୋଟ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତିନି ବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଉମରକୋଟ ସହର ପରିକ୍ରମା କରିଥିଲା। ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଏହି ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ବୀର ଯବାନଙ୍କ ସମ୍ମାନାର୍ଥେ ଏହି ଶୋଭା ଯାତ୍ରାରେ ଉମରକୋଟ ପୌର ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ରାଧା ଭତ୍ରା, ଉପାଧ୍ଯକ୍ଷ ସୁଧାଂଶୁ ଦାସ, ବିଧାୟକ ପ୍ରତିନିଧି ଅଶୋକ କୁମାର ପାଢୀ, ସାଂସଦ ପ୍ରତିନିଧି ରାମ ନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ସମାଜସେବୀ ରଜତ ସନ୍ତ୍ରା, ମିଳୁ ପଣ୍ଡା, ବାଦଲ ପଟ୍ଟନାୟକ, ଅନେକ ବୁଦ୍ଧିଜୀବୀ, ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ, ବିଭିନ୍ନ କଲେଜର ଏନସିସି ର ଛାତ୍ରଛାତ୍ରୀ ସହ ପ୍ରଶାସନର ସମସ୍ତ ଅଧିକାରୀ ଜନସାଧାରଣଙ୍କ ସହ ବାଇକ‌ରେ ବସି ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା ଉମରକୋଟ ଡ଼ଙ୍ଗରିଗୁଡା କାଳୀ ମନ୍ଦିର ଠାରୁ ବାହାରି ଗାନ୍ଧିଛକ ହୋଇ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା I ଶେଷରେ ମାନ୍ୟବର ମନ୍ତ୍ରୀ ଯବାନଙ୍କ ସାହାସିକତା ଓ ସଫଳତା ର ପରାକ୍ରମ ବିଷୟରେ ଉଦ୍ବୋଧନ ଦେଇଥିଲେ।