April 24, 2026

ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ, ଓଷାପଡା ଦଶମ ଓ ଦ୍ୱାଦଶ ସିବିଏସଇ ବୋର୍ଡ ପରୀକ୍ଷା ୨୦୨୫ରେ ଶତପ୍ରତିଶତ ସଫଳତା 

IMG-20250516-WA0027
Share

 

.ଦଶମରେ ସିଂଜିନି ସରକାର, ଦ୍ଵାଦଶରେ ହିବା ବେଗ ଟପ୍ପର

 

ଟିକିରି, ୧୫/୨୫ ; ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ଅନତି ଦୂରରେ ଥିବା ଟିକିରି ସ୍ଥିତ ଓଷାପଡା ଠାରେ ଅବସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍, ଗତ ୧୫ ବର୍ଷ ଧରି ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ବିକାଶକୁ ନେଇ ଅଗ୍ରଣୀ ଭୂମିକା ନିର୍ବାହ କରିଛି । ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବେ ସିବିଏସଇ ବୋର୍ଡ ପରୀକ୍ଷା ୨୦୨୫ ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଦ୍ୟାଳୟ ତରଫରୁ ଚଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଶତପ୍ରତିଶତ ପାସ୍ ହାର ରେକର୍ଡ କରାଯାଇଛି। ଉକ୍ତ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ଅଧୟନରତ ଶିକ୍ଷାର୍ଥୀ ଚଳିତ ବର୍ଷ ସିବିଏସଇ ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାରେ ୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମସ୍ତ ଶିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ତେବେ ଏଥିମଧ୍ୟରୁ ୮ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତ ଓ ତାଠାରୁ ଉର୍ଧ୍ଵ ଅଙ୍କ ରଖି ପରୀକ୍ଷାରେ ଉତ୍ତୀର୍ଣ ହୋଇଛନ୍ତି । ଉପରୁକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସଂଜିନି ସରକାର ସର୍ବାଧିକ ୯୬.୬ % ଅଙ୍କ ରଖି ବିଦ୍ୟାଳୟ ଟପର୍ ହୋଇଛନ୍ତି, (ସେ ଶ୍ରୀଯୁକ୍ତ ଜୟନ୍ତ ସରକାର ଓ ଶ୍ରୀମତୀ ଶର୍ମିଳା ସରକାରଙ୍କ କନ୍ୟା ଅଟନ୍ତି) । ସେହିପରି ୯୬ .୨ ପ୍ରତିଶତ ମାର୍କ ହାସଲ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସୋୟମ ଶ୍ରିୟଂଶୀ ସାହୁ। (ସେ ଶ୍ରୀ ଜ୍ଞାନରଞ୍ଜନ ସାହୁ ଓ ଶ୍ରୀମତୀ ସୁରେଖା ସାହୁଙ୍କ କନ୍ୟା), ତୃତୀୟ ସ୍ଥାନରେ ୯୫ .୮ ପ୍ରତିଶତ ଅଙ୍କ ହାସଲ କରିଛନ୍ତି ରୋହନ୍ ସେମିଲି, (ସେ ଶ୍ରୀ ଶିଶିର କୁମାର ସେମିଲି ଓ ଶ୍ରୀମତୀ ରିତା ଭାତ୍ରଙ୍କ ପୁତ୍ର ଅଟନ୍ତି) ।

ଅନ୍ୟପକ୍ଷେ ଦ୍ୱାଦଶ ଶ୍ରେଣୀରେ ଅଧୟନରତ ୯ ଜଣ ଛାତ୍ରଛାତ୍ରୀ ଚଳିତ ଥର ଅନୁରୂପ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉକ୍ତ ପରୀକ୍ଷାରେ ସର୍ବାଧିକ ମାର୍କ ହାସଲ କରି ହିବା ବେଗ ୮୪ ପ୍ରତିଶତ ଅଙ୍କ ଆଣି ବିଦ୍ୟାଳୟ ଟପର ହୋଇଛନ୍ତି । (ସେ ଶ୍ରୀଯୁକ୍ତ ମଜହରୁଲ୍ଲା ବେଗ ଓ ଶ୍ରୀମତୀ ହିନା ବେଗଙ୍କ ସୁପୁତ୍ରୀ ଅଟନ୍ତି) । ସେହିଭଳି ଅନୁଭବ ନାଏକ ମୋଟ ୮୨ ପ୍ରତିଶତ ଅଙ୍କ ହାସଲ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ( ସେ ଶ୍ରୀ ଲମ୍ବୋଧର ନାଏକ ଓ ଶ୍ରୀମତୀ ସକୁନ୍ତଳା ନାଏକଙ୍କ ପୁତ୍ର ଅଟନ୍ତି )। ସେହିପରି ପ୍ରାଚୀ ପାଣ୍ଡେ ୮୧ .୪ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି (ସେ ଶ୍ରୀ ରାମନାରାୟଣ ପାଣ୍ଡେ ଓ ଶ୍ରୀମତୀ ସରୋଜ ପାଣ୍ଡେଙ୍କ ଝିଅ ଅଟନ୍ତି) । ତେବେ ଛାତ୍ରଛାତ୍ରୀଙ୍କ ଏଭଳି ପ୍ରଦର୍ଶନ ସକାଶେ ବିଦ୍ୟାଳୟ ପରିଚାଳନା ମଣ୍ଡଳୀ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବିଦ୍ୟାଳୟ ଆଧ୍ୟକ୍ଷ ଶ୍ରୀ ଅନିରୁଦ୍ଧ ତିୱାରୀ ଏହି ଅବସରରେ କହିଛନ୍ତି, “ଆମ ସ୍କୁଲ୍ ଛାତ୍ରଛାତ୍ରୀମାନେ ଯେପରି ଦୃଢ଼ ସଙ୍କଳ୍ପ ଓ ପ୍ରୟାସରେ ଏହି ସଫଳତା ଅଜର୍ଣ୍ଣ କରିଛନ୍ତି, ତାହା ଦେଖି ଆମେ ଗର୍ବିତ। ଏହି ଫଳାଫଳ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ପ୍ରତିଭା ନିତିର ଜ୍ୱଳନ୍ତ ଦୃଷ୍ଟାନ୍ତ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସମ୍ମିଳିତ ଉଦ୍ୟମ ପାଇଁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛୁ।” ଅନ୍ୟପଟେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ୍‌ର ଅନୁକୂଳ ଶିକ୍ଷଣୀୟ ପରିବେଶ ଓ ଶିକ୍ଷାମୂଳକ ମାର୍ଗଦର୍ଶନ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି।

ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍, ରାୟଗଡା, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ଼ ଦ୍ୱାରା ପରିଚାଳିତ ହେଉଛି। ଏହି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ବିକାଶ ନିମନ୍ତେ ଗୁଣାତ୍ମକ ଶିକ୍ଷା ଏବଂ ଉନ୍ନତ ଶିକ୍ଷଣୀୟ ପରିବେଶ ପ୍ରଦାନରେ ବୃତ୍ତିଶୀଳ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉଚ୍ଚ ପ୍ରଶଂସିତ ହୋଇଛି ।

ରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ ଉପାନ୍ତ ଖବର