September 29, 2024

କୁଜଙ୍ଗରେ ବିଜେଡ଼ି ମିଶ୍ରଣ ପର୍ବ ଅନୁଷ୍ଠିତ…

Share

ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ଠାରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ତେବେ ଏହି ମିଶ୍ରଣ ପର୍ବରେ କୁଜଙ୍ଗ ବ୍ଲକ ମଲ୍ଲାସାହି ପଞ୍ଚାୟତ ଓ ଜିଲ୍ଲାନାଶୀ ପଞ୍ଚାୟତର ଦୁଇ ଜଣ ସମିତି ସଭ୍ୟାଙ୍କ ନେତୃତ୍ଵରେ ୩୦ ରୁ ୪୦ ଜଣ ଭୋଟର୍ କଂଗ୍ରେସ ଓ ବିଜେପି ଦଳ ଛାଡି ଗତକାଲି ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି।ମାତ୍ର କୁଜଙ୍ଗ ବ୍ଲକ ବିଜେଡ଼ି ପ୍ରଚାର କମିଟିର ଅଧ୍ୟକ୍ଷ ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତ ଉପସ୍ଥିତଥିଲେ।ତେବେ ପାରାଦ୍ଵୀପ ଯୁବ କଂଗ୍ରେସ ସଭାପତି ଅଭିନାଶ ମଲ୍ଲିକ,ମଲ୍ଲାସାହି ପଞ୍ଚାୟତର ସମିତି ସଭ୍ୟା ରାଜଶ୍ରୀ ମଲ୍ଲିକ,ଜିଲ୍ଲାନାସୀ ପଞ୍ଚାୟତର ସମିତି ସଭ୍ୟା ବିଧାୟକ ଶ୍ରୀଯୁକ୍ତ ରାଉତଙ୍କ ଉପସ୍ଥିତରେ ଯୋଗ ଦେଇଥିଲେ।ତେବେ କଂଗ୍ରେସ ଓ ବିଜେପି ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିବାରୁ ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତ ସମସ୍ତ କର୍ମୀ ମାନଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସ୍ଵାଗତ ଜଣାଇଥିଲେ।

(ପାରାଦ୍ଵୀପରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର ନିୟୁଜ୍)